କୋଲକାତା: ପଶ୍ଚିମବଙ୍ଗର ୬ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗରେ ବିଜେପି ନେତା ଦିଲ୍ଲୀପ ଘୋଷ ରାଜ୍ୟର ଶାସକ ଦଳ ଟିଏମସି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏଠାରେ ଉପନିର୍ବାଚନ ଟିଏମସି ଦ୍ୱାରା ପରିଚାଳିତ ହୋଇଥାଏ । କିଏ ଭୋଟ୍ ଦେବ ଆଉ କିଏ ଦେବ ନାହିଁ ତାହା ସେମାନେ ସ୍ଥିର କରନ୍ତି । ଏହି ଲୋକମାନେ ଭୟର ବାତାବରଣ ସୃଷ୍ଟି କରି ଲୁଟ୍ କରୁଛନ୍ତି ।
ବିଜେପି ନେତା ତାଙ୍କ ବୟାନରେ କହିଛନ୍ତି, ନିର୍ବାଚନ ଆସିବା ମାତ୍ରେ ଏମାନେ ଉତ୍ତେଜନା ସୃଷ୍ଟି କରନ୍ତି । ସେହିପରି ବିଜେପି ଦଳୀୟ କାର୍ଯ୍ୟାଳୟରେ ଆକ୍ରମଣ କରିବା ସହ ନିଆଁ ଲଗାଇବା ଆରମ୍ଭ କରିଛି । ଟିଏମସି ଭୟର ବାତାବରଣ ସୃଷ୍ଟି କରି ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି । ନଭେମ୍ବର ୧୬ରେ ପଶ୍ଚିମବଙ୍ଗରେ ଉପନିର୍ବାଚନ ଅନୁଷ୍ଠିତ ହେବ ।