ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ଅନନ୍ତନାଗରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିଲା । ଏଥିରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ଟଳି ପଡିଛନ୍ତି । ସୁରକ୍ଷା ବାହିନୀ ହାଲକାନ ଗାଲି ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅପରେସନ ଆରମ୍ଭ କରିବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏନକାଉଣ୍ଟର ଶେଷ ହୋଇନଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା 2ଜଣ ଆତଙ୍କୀକୁ ଟାଳିବାରେ ସଫଳ ହୋଇପାରିଛି ସୁରକ୍ଷାକର୍ମୀ । କିଛି ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଛନ୍ତି ବୋଲି ଗୁପ୍ତ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅପରେସନ୍ ଆରମ୍ଭ କରିଥିଲା।
ଏହାପୂର୍ବରୁ ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଦଳ ଦ୍ୱାରା କର୍ଡନ ଏବଂ ସର୍ଚ୍ଚ ଅପରେସନ ବେଳେ ଶ୍ରୀନଗରର ଖାଇନାର ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଥିଲା । କହିରଖୁଛୁ କି, ଗୋଟିଏ ଦିନ ପୂର୍ବରୁ ଦୁଇ ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଉତ୍ତରପ୍ରଦେଶର ଏହି ଦୁଇ ଜଣଙ୍କୁ ବୁଦ୍ଧଗାମ ଜିଲ୍ଲାରେ ଗୁଳି କରାଯାଇଥିଲା ।