ନୂଆଦିଲ୍ଲୀ: ଶତରଞ୍ଜ ଦୁନିଆରେ ବିଶ୍ୱ ରେକର୍ଡ ହାସଲ କରିଛି ଭାରତ ଏକ କୁନି ସିତାରା । ମାତ୍ର ୩ ବର୍ଷ ବୟସରେ କୋଲକତାର ଆନିଶ ସରକାର ସର୍ବକନିଷ୍ଠ ଫିଡେ ରେଟିଂଂ ଖେଳାଳି ହେବାର ସୌଭାଗ୍ୟ ଲାଭ କରିଛି । ଯେଉଁ ବୟସରେ ପିଲାମାନେ କଲମ ଧରି ଶିଖିଥାନ୍ତି ଆଜି ସେହି ବୟସରେ ଆନିଶ ବିଶ୍ୱ ରେକର୍ଡ କରିଛନ୍ତି । ମାତ୍ର ୩ ବର୍ଷ, ୮ ମାସ ଓ ୧୯ ଦିନରେ ଆନିଶ ସର୍ବକନିଷ୍ଠ ଫିଡେ ରେଟେଡ ଖେଳାଳି ହୋଇ ପାରିଛନ୍ତି । ଗତ ଅଷ୍ଟୋବର ମାସରେ ପଶ୍ଚିମବଙ୍ଗରେ ଖେଳାଯାଇଥିବା ଅଣ୍ଡର-୯ ଓପନ କମ୍ପିଟିଟିଭ ଚେସରେ ଆନିଶ ୮ ପଏଣ୍ଟରୁ ୫.୫ ପାଇଥିଲେ । ଏହି କ୍ରମରେ ଆନିଶ ସର୍ବକନିଷ୍ଠ ଫିଡେ ରେଡେଟ୍ ଚେସ୍ ଖେଳାଳି ହେବା ସହ ସେ ୧୫୫୫ ରେଟିଂ ହାସଲ କରିଛନ୍ତି ।
୨୦୨୧ ମସିହାରେ ଉତ୍ତର-କୋଲକତାରେ ଜନ୍ମଲାଭ କରିଥିବା ଆନିଶ ମାତ୍ର ୩ ମାସ, ୮ ମାସ ଓ ୧୯ ଦିନରେ ଇତିହାସର ସବୁଠାରୁ କମ୍ ବୟସର ରେଟେଡ୍ ଶତରଞ୍ଜ ଖେଳାଳିବା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ସେ ପଶ୍ଚିମବଙ୍ଗ ରାଜ୍ୟ ଅଣ୍ଡର-୯ ଓପନରେ କମ୍ପିଟିଭିଭ୍ ଶତରଞ୍ଜରେ ନିଜର ଶୁଭାରମ୍ଭ କରିଥିଲେ । ଯେଉଁ ବୟସରେ ପିଲାମାନେ ଛୋଟା ଭୀମ ପରି କାର୍ଟୁନ ଦେଖିବାରେ ବ୍ୟସ୍ତ ରହିଥାନ୍ତି ଆଜି ସେହି ବୟସରେ ଏହି କୁନି ସୀତାରା ତା’ର ଅପୂର୍ବ ପ୍ରତିଭା ବଳରେ ସାରା ବିଶ୍ୱକୁ ଚମକାଇ ଦେଇଛି ।