ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଓ ମହଙ୍ଗା ରିଲିଫ୍ (ଡିଆର)ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ । ଏଥିସହିତ ଦେଶର କିଛି ରାଜ୍ୟ ମଧ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି କରିଥିଲେ । ତେବେ ଏହା ମଧ୍ୟରେ ପୁଣି ଏକ ରାଜ୍ୟ ସରକାର ଡିଏକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ତ୍ରିପୁରା ସରକାର ୫ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣା ଫଳରେ ରାଜ୍ୟର ମୋଟ ୧.୮୮ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ଡିଏ ଓ ଡିଆର ବୃଦ୍ଧି ଘୋଷଣା ନଭେମ୍ବର ପହିଲାରୁ ଲାଗୁ ହୋଇଛି ।
ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଶାନ୍ତ ଚୌଧରୀଙ୍କ ମୁତାବକ, ଅନେକ ଚ୍ୟାଲେଞ୍ଜ ପରେ ବି ରାଜ୍ୟ ସରକାର କର୍ମଚାରୀଙ୍କ ଡିଏ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟବଳକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ଫଳରେ ରାଜ୍ୟ ରାଜକୋଷରୁ ୫୦୦ କୋଟି ଟଙ୍କରା ଅତିରିକ୍ତ ବଜେଟ ଖର୍ଚ୍ଚ ହେବ । ଡିଏ ବୃଦ୍ଧି ଫଳରେ ରାଜ୍ୟର ୧.୬ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ୮୨ ହଜାର ପେନସନଧାରୀ ଉପକୃତ ହେବେ । ଏହି ବୃଦ୍ଧି ଫଳରେ ସରକାରୀ କର୍ମଚାରୀଙ୍କ ମୋଟ ଡିଏ ବୃଦ୍ଧି ପଇ ୩୦ ପ୍ରତିଶତରେ ପହଞ୍ଚି ଯାଇଛି ।