Cancel ହେବ ହଜାର ହଜାର ଲୋକଙ୍କ Aadhaar Card! ଲିଷ୍ଟରେ ନାହିଁ ତ ଆପଣଙ୍କ ନାଁ? ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରଥମ ପରିଚୟ ପାଲଟିଛି । ତେଣୁ ଯେକୌଣସି କାର୍ଯ୍ୟରେ ପ୍ରଥମେ ଆଧାର କାର୍ଡର ଆବଶ୍ୟକତା ରହିଛି । ତେବେ ବର୍ତ୍ତମାନ ଏହି ଆଧାର କାର୍ଡକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଆଗାମୀ ଦିନରେ ହଜାର ହଜାର ଲୋକଙ୍କ ଆଧାର କାର୍ଡକୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ସରକାର । ସାମାନ୍ୟ ଭୁଲ ପାଇଁ ଅନେକ ଲୋକଙ୍କ ଆଧାର କାର୍ଡ ରଦ୍ଦ ହୋଇପାରେ ବୋଲି କୁହାଯାଉଛି । ତେବେ କାହିଁକି ସରକାର ଏପରି ନିଷ୍ପତ୍ତି ନେବାକୁ ଯାଉଛନ୍ତି?

୧୦ ବର୍ଷ ବା ଏହାଠାରୁ ପୁରୁଣା ଆଧାର କାର୍ଡ ଥିବା ବ୍ୟକ୍ତିଙ୍କୁ ଏହାର ଅପଡେଟ୍ କରିବା ପାଇଁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି । ଏଥିପାଇଁ UIDAI ତରଫରୁ ଅନଲାଇନ୍ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି । କାର୍ଡ ଅପଡେଟ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ବାରମ୍ବାର ଏହାର ଶେଷ ତାରିଖ ବୃଦ୍ଧି କରୁଛନ୍ତି ସରକାର । ଏହାପରେ ମଧ୍ୟ ଅଧିକାଂଶ ଲୋକ ନିଜର ଆଧାର କାର୍ଡ ଅପଡେଟ କରିନାହାନ୍ତି । ତେବେ ବର୍ତ୍ତମାନ ଆଧାର କାର୍ଡ ଅପଡେଟ କରିବା ପାଇଁ ଶେଷ ତାରିଖ ରହିଛି ଡିସେମ୍ବର ୧୪ ତାରିଖ । ଏହି ଦିନ ସୁଦ୍ଧା ସମସ୍ତେ ନିଜ ଆଧାର ଅପଡେଟ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ନଚେତ୍ ଏହାପରେ ହଜାର ହଜାର ଲୋକଙ୍କ ଆଧାର କାର୍ଡ ରଦ୍ଦ ହୋଇପାରେ ।

କିପରି କରିବେ ଆଧାର ଅପଡେଟ୍?

  • ଆଧାର ଅପଡେଟ କରିବା ପାଇଁ ‘My Aadhaar’ ପୋର୍ଟାଲକୁ ଯାଆନ୍ତୁ
  • ଆପଣଙ୍କ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦିଅନ୍ତୁ
  • ଏହାପରେ ନିଜର ପରିଚୟ, ଠିକଣା ପାଇଁ ନୂଆ କାଗଜପତ୍ର ପ୍ରଦାନ କରନ୍ତୁ
  • ଅପଡେଟ ପାଇଁ ରାସନ୍ କାର୍ଡ, ଭୋଟର କାର୍ଡ, ଡିକଣା ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ କିମ୍ବା ପାସପୋର୍ଟ ଇତ୍ୟାଦି ପ୍ରମାଣପତ୍ର ଦେବାକୁ ପଡ଼ିବ ।

ଯେଉଁମାନେ ନିଜ ଆଧାର ଅପଡେଟ କରୁ ନାହାନ୍ତି ସେମାନେ ‘My Aadhaar’ ପୋର୍ଟାଲକୁ ଯାଇ ସେମାନଙ୍କ ଜରୁରି କାଗଜପତ୍ର ଅପଡେଟ କରିବାକୁ ହେବ। ଦେଶରେ ଆଧାର ବର୍ତ୍ତମାନ ସମୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ରରେ ପରିଣତ ହୋଇଛି। ସରକାରୀ ଯୋଜନାରୁ ଆରମ୍ଭ କରି ବ୍ୟାଙ୍କରେ ଖାତା ଖୋଲିବା ପର୍ୟ୍ୟନ୍ତ ଏହାର ଉପଯୋଗ ହେଉଛି। ୧୦ ବର୍ଷ ପୁରୁଣା ଆଧାରରେ ଆପଣଙ୍କ ଠିକଣା ଓ ଫଟୋ ବଦଳିପାରେ। ଏଣୁ ସୂଚନା ଅପଡେଟ କଲେ ଠକେଇରୁ ବର୍ତ୍ତିପାରିବେ ଓ ସଠିକ ଜନସଂଖ୍ୟା ସୂଚନା ପ୍ରାପ୍ତ ହୋଇ ପାରିବ।