ସମ୍ବଲପୁର: ସକାଳୁ ସକାଳୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଘରେ ନିଆଁ ଲାଗି ମା ଝିଅ ଉଭୟେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସମ୍ବଲପୁର ମାନେଶ୍ବର ଅନ୍ତର୍ଗତ ହାଟପଦାର ଏକ ଘରେ ନିଆଁ ଲାଗିଯିବାକୁ ଉଭୟଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଛି । ମାଆଙ୍କର ବୟସ 90 ହୋଇଥିବା ବେଳେ ଝିଅର ବୟସ 62 ବୋଲି ଜଣାପଡିଛି । ମୃତ ମାଆଙ୍କ ନାମ ସ୍ନେହଲତା ଦୀକ୍ଷିତ ହୋଇଥିବା ବେଳେ ଝିଅର ନାମ ସୈରେନ୍ଦ୍ରୀ ଦୀକ୍ଷିତ ।
ତେବେ ରାତିରେ ଶୋଇଥିବା ବେଳେ ହଠାତ୍ କୌଣସି କାରଣ ବଶତଃ ଘରେ ନିଆଁ ଲାଗିଯାଇଥିଲା । ତେବେ ଘଟଣାସ୍ଥଳରେ ମାଆଙ୍କର ପୋଡି ହୋଇ ମୃତ୍ୟୁ ହୋଇଥିବା ବେଳେ ଝିଅ ଅର୍ଦ୍ଧଦଗ୍ଧ ହୋଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।