ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତଙ୍କୁ ପସନ୍ଦ ଅନଲାଇନ ସପିଂ । ଲୋକେ ମାର୍କେଟକୁ ନଯାଇ ଘରେ ବସି ଅର୍ଡର କରିଥାନ୍ତି । ସୁଲଭ ମୂଲ୍ୟରେ ଘରେ ଜିନିଷ ପହଞ୍ଚିବା କାରଣରୁ ଲୋକଙ୍କର ଏଥିପ୍ରତି ଆଗ୍ରହ ମଧ୍ୟ ବୃଦ୍ଧି ପାଉଛି । କିନ୍ତୁ ଅନେକ ସମୟରେ ଏଥିରେ ବିଭ୍ରାଟ ଦେଖାଯାଇଥାଏ । ଗୋଟିଏ ଜିନିଷ ମଗାଇଲେ ଅନ୍ୟ ଏକ ଜିନିଷ ଆସିବାର ନଜିରା ରହିଥାଏ । ଏପରି ଏକ ସମାନ ଘଟଣା ଲଣ୍ଡନରୁ ଆସିଛି ।
ଇଂଲଣ୍ଡର କର୍କିବରେ ରହୁଥିବା ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଥିଲା ଯେ ତାଙ୍କର ଅନଲାଇନ୍ ସପିଂ ଅଭିଜ୍ଞତା ଦୁଃଖରେ ପରିଣତ ହୋଇଥିଲା । ଆମାଜନରୁ ଏକ ସାଇକେଲ ହେଲମେଟ୍ ଅର୍ଡର କରିଥିବା ବେଳେ ସେଥିରୁ ଯାହା ବାହାରିଲା ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେବଳ ଏତିକି ନୁହେଁ ସେ ବାନ୍ତି ମଧ୍ୟ କରିଦେଇଥିଲେ । ପ୍ରଥମେ ପାର୍ସଲରୁ ଏକ ଗନ୍ଧ ବାହାରିଥିଲା, କିନ୍ତୁ ସେ ଏହା ପ୍ୟାକେଜିଂ ଗନ୍ଧ ଭାବି ପ୍ୟାକେଟ ଖୋଲିଥିଲେ । କିନ୍ତୁ ପାର୍ସଲରେ ଏକ ମୂଷା ବାହାରିଥିଲା । ଏଭଳି ଦୁର୍ଗନ୍ଧ ହୋଇଥିଲା ଯେ, ମହିଳାଜଣକ ବାନ୍ତି କରିଦେଇଥିଲେ । ମୋ ଡଷ୍ଟବିନ୍ ଅପେକ୍ଷା ଅଧିକ ରହିଥିଲା ବୋଲି ମଗିଳା ଜଣକ ଅଭିଯୋଗ କରିଛନ୍ତି । ଏହାପରେ ସେ ଆମାଜନର ଗ୍ରାହକ ସେବାକୁ ଫୋନ କରି ଅଭିଯୋଗ କରିଥିବା ବେଳେ ସେ କ୍ଷମା ମାଗିଥିଲେ । ସମସ୍ୟାକୁ ସ୍ବୀକାର କରିବା ସହିତ କ୍ଷମା ମଧ୍ୟ ମାଗିଥିଲେ ।