ଚାର୍ଜିଂରେ ଲଗାଇ ଛାଡ଼ି ଦେବାରୁ iPhone ଜଳିଗଲା: ଫୋନ୍ ଚାର୍ଜ କରୁ କରୁ ଯୁବକଙ୍କ ମୃତ୍ୟୁ ଘଟିଲା

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଫୋନ୍ ସମସ୍ତଙ୍କର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବା ବେଳେ ଏନେଇ ସମସ୍ତ ବ୍ୟବହାରକାରୀ ବେଶ୍ ସଚେତନ ରହିବା ଆବଶ୍ୟକ । ଅନେକ ସମୟରେ ସାମାନ୍ୟ ଅସାବଧାନତା କାରଣରୁ କିଛି ବଡ଼ ଅଘଟଣ ଦେଖିବାକୁ ମିଳିଥାଏ । ସାମାନ୍ୟ ଭୁଲ୍ ପାଇଁ ଦାମୀ ଫୋନ୍ ନମ୍ବର ହେବା ସହିତ ଅନେକଙ୍କର ଜୀବନ ମଧ୍ୟ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଘଟଣା । ଆପଲ କମ୍ପାନୀର ଦାମିକିଆ ଆଇଫୋନରେ ନିଆଁ ଲାଗିବା ଫଳରେ ତାହା ସମ୍ପୂର୍ଣ୍ଣ ରୂପେ ଜଳି ଯାଇଛି ।

ଖବର ମୁତାବକ, ଆପଲ ଆଇଫୋନ ୧୪ ପ୍ରୋ ମ୍ୟାକ୍ସରେ ନିଆଁ ଲାଗିବା ଫଳରେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ହାତ ବି ଜଳିଯାଇଥିଲା । ମାମଲାଟି ଚୀନରେ ଘଟିଥିଲା । ମହିଳା ଜଣଙ୍କ ନିଜର ହ୍ୟାଣ୍ଡସେଟ ଚାର୍ଜିଂରେ ଲଗାଇଥିଲେ ଓ ତା’ପରେ ସେହି ଫୋନରେ ନିଆଁ ଲାଗି ଯାଇଥିଲା । ଏନେଇ ମହିଳା ଜଣଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ଦୁର୍ଘଟଣାର ଫଟୋ ଶେୟାର କରିଥିଲେ । ଏହି ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଏହି ଦୁର୍ଘଟଣାରେ ଫୋନର ଫ୍ରଣ୍ଟ ଓ ବ୍ୟାକ ପ୍ୟାନେଲ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ମହିଳା ଜଣଙ୍କ ରାତିରେ ଫୋନକୁ ଚାର୍ଜିଂରେ ଲଗାଇ ଛାଡ଼ିଥିଲେ । ଫଳରେ ଏହି ଅଘଟଣ ଘଟିଥିଲା । ତେଣୁ ଆପଣମାନେ ଯଦି ଏପରି ଭୁଲ କରୁଥାନ୍ତି, ତେବେ ଯଥାସମ୍ଭବ ସୁଧୁରୁ ଯାଆନ୍ତି । ନଚେତ୍ ଆପଣଙ୍କ ସହ ବି ଏପରି କିଛି ବଡ଼ ଅଘଟଣ ଘଟିପାରେ । ସେହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଦୁଇଦିନ ତଳେ କ୍ୱାଲାଲମ୍ପୁରରେ ଜଣେ ୧୮ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଯୁବକ ଜଣଙ୍କ ବସରେ ଚଢ଼ିବା ପରେ ସକେଟରେ ନିଜ ଫୋନକୁ ଚାର୍ଜ କରିବାକୁ ପ୍ରୟାସ କରୁଥିବା ସମୟରେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ଘଟିଥିଲା ।