କାରର ଡ୍ରାଇଭିଂ ଲାଇସେନ୍ସ(DL) ଥିଲେ ବି ଚଲାଇପାରିବେ ହାଲୁକା ପରିବହନ ଗାଡ଼ି: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ପରିବହନ ଯାନ ଡ୍ରାଇଭର ସୁପ୍ରିମକୋର୍ଟଙ୍କଠାରୁ ଆରାମ ପାଇଛନ୍ତି । ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏହାର ନିଷ୍ପତ୍ତିରେ ସ୍ପଷ୍ଟ କରିଛି ଯେ, ଏଲଏମଭି (ହାଲୁକା ମୋଟର ଯାନ) ଲାଇସେନ୍ସଧାରୀମାନେ ମଧ୍ୟ ୭୫୦୦ କିଲୋଗ୍ରାମରୁ ହାଲୁକା ପରିବହନ ଯାନକୁ ଚଲାଇ ପାରିବେ । ଏହାର ଅର୍ଥ ହେଉଛି ସେମାନଙ୍କର ରୋଜଗାର ଜାରି ରହିବ ।
ପରିବହନ ଯାନ ଚଳାଉଥିବା ଡ୍ରାଇଭରମାନଙ୍କ ପାଇଁ ରିଲିଫ୍ :-
ଏହାର ଅର୍ଥ ହେଉଛି ଯେ ଏଲଏମଭି ଲାଇସେନ୍ସଧାରୀଙ୍କ ଦ୍ୱାରା ନିଆଯାଇଥିବା ବୀମା ପଲିସି ପରିବହନ ଯାନ ଚଳାଉଥିବା ସମୟରେ ଘଟିଥିବା ଦୁର୍ଘଟଣାକୁ ମଧ୍ୟ କଭର କରିବ ।
ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଏହା ଉପରେ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଲଏମଭି ଲାଇସେନ୍ସଧାରୀମାନେ ୭୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ପରିବହନ ଯାନ ଚଳାଇ ପାରିବେ ।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ବୀମା କମ୍ପାନୀଗୁଡିକ ଏଭଳି ମାମଲାରେ ଦାବି ଦେବାକୁ ମନା କରିପାରିବେ ନାହିଁ । ଶୀତ ଅଧିବେଶନରେ ଏମଭି ଆକ୍ଟରେ ସରକାର ଏହି ଦିଗରେ ପରିବର୍ତ୍ତନ କରିବେ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏଲଏମଭି ଲାଇସେନ୍ସଧାରୀମାନେ ଏପରି ମାମଲାରେ ଜରିମାନା କିମ୍ବା ମକଦ୍ଦମା ରୁ ମୁକ୍ତି ପାଇବେ ।