ଟାକୁଆ ଟ୍ରାଜେଡି: କ୍ଷୁଧାମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିଶନ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କନ୍ଧମାଳ ଟାକୁଆ ଟ୍ରାଜେଡିରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । ଘଟଣାର ପୁନରାବୃତ୍ତି ଯେଭଳି ନହେବ ପଦକ୍ଷେପ ନେବାକୁ କହିଲେ । କ୍ଷୁଧାମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ । ‘ପଦକ୍ଷେପ ନିଅନ୍ତୁ, ଯେଭଳି ସେମାନେ ଆଉ କ୍ଷୁଧା ପାଇଁ ଏସବୁ ଖାଇବେନି’ । ଏନେଇ ଡିସେମ୍ବର ୨୦ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଲେ କମିଶନ ।
ସେପଟେ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଟାର୍ଗେଟ କରିଛନ୍ତି ନବୀନ । ରାଜ୍ୟ ସରକାରଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା । କହିଲେ- ‘ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ । ଆମ ସରକାରଙ୍କ ବିକାଶମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି, ଏହା ବହୁତ ଦୁଃଖର କଥା- ନବୀନ ।
କିଛିଦିନ ତଳେ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ହୁଲସ୍ତୁଲ । ଦୀପାବଳିରେ ସାମ୍ନାକୁ ଆସିଥିଲା ଏହି ଅଭାବନୀୟ ଘଟଣା । ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଅସୁସ୍ଥ ହୋଇଥିବା ଜଣାପଡିଥିଲା । ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣାକୁ ନେଇ ରାଜ୍ୟ ଏବେ ଉଠୁଛି ପଡ଼ୁଛି ।