ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଜୁନିୟର ଟାଇପିଷ୍ଟ ଓ ଜୁନିୟର ଷ୍ଟ୍ରୋନୋଗ୍ରାଫର ପଦ ପୂରଣ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୧୧ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଡିସେମ୍ବର ୧୨ରେ ଆବେଦନ ପ୍ରକ୍ରିୟା ସମାପ୍ତ ହେବ । ଡିସେମ୍ବର ୧୫ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନର ଅନ୍ତିମ ତାରିଖ ରହିଥିବା ବେଳେ ଡିସେମ୍ବର ୧୭ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନର ଶେଷ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ମୋଟ ୬୦ଟି ପଦ ଖାଲି ରହିଥିବା ବେଳେ ଜୁନିୟର ଷ୍ଟେନୋଗ୍ରାଫର ପାଇଁ ୫୮ଟି ଓ ଜୁନିୟର ଗ୍ରେଡ୍ ଟାଇପିଷ୍ଟ ପାଇଁ ୨ଟି ପଦ ଖାଲି ରହିଛି । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ଷ୍ଟେନୋଗ୍ରାଫର ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ କଳା, ବିଜ୍ଞାନ କିମ୍ବା ବାଣିଜ୍ୟରେ ସ୍ନାତକ ପାସ୍ କରିବା ସହ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ସେହିପରି ଜୁନିୟର ଟାଇପିଷ୍ଟ ପଦ ପାଇଁ ପ୍ରାର୍ଥୀ ମାଟ୍ରିକ୍ ପାସ କରିବା ସହ କମ୍ପ୍ୟୁଟରରେ ଟାଇପିଂ ଜାଣିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।