ପ୍ରଦୂଷଣ ବଢୁଥିବା ବେଳେ Google Maps ଆଣିଲା ସାନଦାର୍ ଫିଚର, ଘରେ ବସି ଜାଣିପାରିବେ AQI

ନୂଆଦିଲ୍ଲୀ: ଦିନକୁ ଦିନ ପାଣପାଗରେ ପରିବର୍ତ୍ତନ ହେଉଥିବା ବେଳେ ଶୀତ ମଧ୍ୟ ଆରମ୍ଭ ହୋଇଛି । ତେବେ ଶୀତ ପୂର୍ବରୁ ଦିଲ୍ଲୀର ପ୍ରଦୂଷଣ ଚିନ୍ତାର କାରଣ ସାଜିଛି । ଧୂଆଁ ସାଙ୍ଗକୁ କୁହୁଡି ମଧ୍ୟ ଲାଗି ରହୁଛି । ବାୟୁ ଗୁଣାବତ୍ତା ମଧ୍ୟ ନିମ୍ନମାନର ହେବାରେ ଲାଗିଛି । ଖରାପ ହେଉଥିବା ବାୟୁ ଗୁଣବତ୍ତା ଦେଖି ଗୁଗୁଲ ଏହାର ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ଆଣିଛି । ଏହାକୁ ଏକ୍ୟୁଆଇ ଫିଚର କୁହାଯାଉଛି । ଏହି ଫିଚର ସାହାଯ୍ୟରେ, ଆପଣ ଘରେ ବସିଥିବା ସମୟରେ ଆପଣଙ୍କ ଫୋନର ଯେକୌଣସି ସ୍ଥାନରୁ ପ୍ରକୃତ ସମୟ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ତଥ୍ୟ ପାଇପାରିବେ ।

ଗୁଗଲ୍ ମ୍ୟାପ୍ ମାଧ୍ୟମରେ ପ୍ରକୃତ ସମୟ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ସୂଚନା ପାଇପାରିବେ । ବର୍ତ୍ତମାନ ଏହି ଫିଚର 40 ଟି ଦେଶରେ ଉପଲବ୍ଧ ରହିଛି । ଗମନାଗମନ କରିବା ସମୟରେ ଏହି ଫିଚର ବେଶ୍ ଉପଯୋଗୀ ହେବ ବୋଲି କୁହାଯାଉଛି । ଯଦି କୌଣସି ସ୍ଥାନକୁ ଭ୍ରମଣ ପାଇଁ ଯିବାକୁ ଯୋଜନା କରୁଛନ୍ତି ତେବେ ଏହା ପୂର୍ବରୁ ଆପଣ ଘରେ ବସି ବାୟୁ ଗୁଣାବତ୍ତା ଜାଣିପାରିବେ ।

ସର୍ବପ୍ରଥମେ ସ୍ମାର୍ଟଫୋନରେ ରହିଥିବା ଗୁଗୁଲ୍ ମ୍ୟାପ୍ ଆପ୍ ଅପଡେଟ୍ କରନ୍ତୁ  । ଏହା ପରେ, ସର୍ଚ୍ଚ ବାର୍ ରେ ଏହାର ନାମ ଲେଖି ବାୟୁ ଗୁଣବତ୍ତା ଜାଣିବାକୁ ଥିବା ସ୍ଥାନର ନାମ ଲେଖନ୍ତୁ । ଯଦି ଆପଣ ଦିଲ୍ଲୀ ଟାଇପ୍ କରି ସର୍ଚ୍ଚ କରିଛନ୍ତି, ତେବେ ଆପଣ ବର୍ତ୍ତମାନ ମାନଚିତ୍ର ଏବଂ ସର୍ଚ୍ଚ ବାର୍ ନିକଟରେ ଏକ ବର୍ଗକାର ଷ୍ଟାକ୍ ଆଇକନ୍ ଦେଖିବେ । ଏଥିରେ କ୍ଲିକ କରନ୍ତୁ । ଏୟାପରେ ଏୟାର କ୍ବାଲିଟି ଅପ୍ସନ ଦେଖାଯିବ, ସେଥିରେ କ୍ଲିକ କରନ୍ତୁ ।