ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଜନୋରରେ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ବାହାଘର ସାରି ବର, କନିଆଁଙ୍କୁ ନେଇ ପରିବାର ସହ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । କାର୍ ଅଟୋ ମୁହାଁମୁହିଁ ଧକ୍କା ହେବା ଯୋଗୁ ବର, କନିଆଁ ମଧ୍ୟ ପ୍ରାଣ ହରାଇଛନ୍ତି । କୁହୁଡ଼ିରେ ରାସ୍ତା ନ ଦେଖାଯିବା କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ଆହତ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଚଳାଇଛି ।