୨୦୨୫ ବର୍ଷ ପାଇଁ ବ୍ୟାଙ୍କିଂ ଛୁଟି ତାଲିକା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ଛୁଟି ତାଲିକା ଜାରି କରାଯିବା ସହ ବ୍ୟାଙ୍କିଂ ଛୁଟି ତାଲିକା ମଧ୍ୟ ପ୍ରକାଶ ପାଇଛି । ଆସନ୍ତା ବର୍ଷ ଓଡ଼ିଶାରେ କେତେଦିନ ବ୍ୟାଙ୍କ ବନ୍ଦ ରହିବ ଓ କେଉଁ କେଉଁ ତାରିଖରେ ବ୍ୟାଙ୍କ ଖୋଲିବନି ସେନେଇ ଗ୍ରାହକମାନେ ଜାଣିବା ନିହାତି ଜରୁରୀ । ଏହି ଛୁଟିକୁ ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶାରେ ଥିବା ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କିଂ ସଂସ୍ଥାଗୁଡ଼ିକ ପାଇଁ ୨୦୨୫ କ୍ୟାଲେଣ୍ଡର ବର୍ଷର ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି । ଆସନ୍ତାବର୍ଷ ମୋଟ ୨୦ ଦିନ ବ୍ୟାଙ୍କ ପାଇଁ ପବ୍ଲିକ ହଲିଡେ ରଖାଯାଇଛି । ମକର ସଂକ୍ରାନ୍ତି, ନେତାଜୀ ଜୟନ୍ତୀ/ ସୁରେନ୍ଦ୍ରସାଏ ଜୟନ୍ତୀ, ମହା ଶିବରାତ୍ରି, ହୋଲି, ଇଦ-ଉଲ-ଫିତର, ଇଦ-ଉଲ-ଜୁହା, ସ୍ୱାଧିନତା ଦିବସ, ରଥଯାତ୍ରା, ଗଣେଶ ପୂଜା, ଗାନ୍ଧୀ ଜୟନ୍ତୀ, କୁମାର ପୂର୍ଣ୍ଣିମା, ଦୀପାବଳୀ, ରାହାସ ପୂର୍ଣ୍ଣିମା, ଏକ୍ସ-ମାସ ଡେ ପାଇଁ ବ୍ୟାଙ୍କିଂ ଛୁଟି ରହିଛି । ସେହିପରି କିଛି ପର୍ବ ରବିବାର ଓ ଦ୍ୱିତୀୟ ଶନିବାର ଦିନ ପଡ଼ୁଥିବା ବେଳେ ସେଠାରେ ତାହାକୁ ଛୁଟିଦିନ ଘୋଷଣା କରାଯାଇଛି । ଯେଉଁ ବ୍ରାଞ୍ଚମାନଙ୍କରେ ରବିବାରକୁ ସାଧାରଣ କାର୍ଯ୍ୟ ଦିବସ ଭାବେ ଗ୍ରହଣ କରାଯାଇଛି, ସେଠାରେ ଏହା ଲାଗୁ ହୋଇଛି ।