ଭୁବନଶ୍ବର: ବିଜେପି ନେତାଙ୍କୁ ଆକ୍ରମଣ ଉଦ୍ୟମ । ଦଳୀୟ ଅଫିସରେ ପଶି ବିଜେପି ନେତାଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଛି । ବିଜେପି ନ୍ତା ବସନ୍ତ ଉଲ୍ଲାକାଙ୍କୁ 2 ଦୁର୍ବୃତ୍ତ ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଜଣାପଡିଛି । ଖଣ୍ଡାରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଜେପି ନେତା । ତେବେ ଏନେଇ ବସନ୍ତ ଉଲ୍ଲାକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ତଦନ୍ତ ପରେ ଜଣଙ୍କୁ ଅଟକ ରଖିଥିବା ବେଳେ ଖଣ୍ଡା ଜବତ କରିଛି ।
ରାତି ପ୍ରାୟ ୧୦ଟା ବେଳେ ହଠାତ୍ ଦୁଇ ଯୁବକ ଖଣ୍ଡା ଧରି ତାଙ୍କ କାର୍ଯ୍ୟାଳୟରେ ପଶି ତାଙ୍କୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲା । ତେବେ ଆକ୍ରମଣକାରୀ କିଏ ଏବଂ କାହିଁକି ବିଜେପି ନେତାଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା ସେନେଇ ସ୍ପଷ୍ଟ ହୋଇପାରି ନାହିଁ । ରାଜନୈତିକ ଶତ୍ରୁତା ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ । ବସନ୍ତ ଉଲାକା ଗତ ନିର୍ବାଚନରତ ରାୟଗଡା ବିଜେପି ବିଧାନସଭା ପ୍ରାର୍ଥୀ ହୋଇଥିବା ବେଳେ ଏବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି । ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଯାଇଛି ।