ନୂଆଦିଲ୍ଲୀ: ଆମେରିକା ସ୍ଥିତ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାଟଅପର ସିଇଓଙ୍କୁ ହତ୍ୟା ଧମକ । ସେ ଜଣେ ଭାରତୀୟ ହୋଇଥିବା ସୂଚନା ରହିଛି । ଆମେରିକାର ସେନଫ୍ରାନ୍ସିକୋ ସ୍ଥିତ କମ୍ପାନୀ ଗ୍ରେପ୍ଟାଇଲର ସିଇଓ ଦକ୍ଷ ଗୁପ୍ତା ସୋସିଆଲ ମିଡିଆରେ କମ୍ପାନୀର ଓ୍ବାର୍କ କଲ୍ଚର ବିଷୟରେ କହିବା ମହଙ୍ଗା ପଡିଛି । ସେ ସପ୍ତାହରେ 84 ଘଣ୍ଟା କାମ କରିବା ପାଇଁ କହିଥିଲେ । ତେବେ ଏହି ବିଷୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ସହିତ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି ।
ଆମେରିକାର ଏଆଇ ଷ୍ଟାଟଅପ ଗ୍ରେପ୍ଟାଇଲର ସିଇଓ ଦକ୍ଷ ଗୁପ୍ତା ଦାବି କରି କହିଛନ୍ତି ଯେ, ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ସୂଚନା ଅନୁସାରେ, ସେ ପାରଦର୍ଶିକା ଉପରେ ଫୋକସ କରି ଏକ ସୋସିଆଲ ମିଡ଼ିଆ ପୋଷ୍ଟ କରିଥିଲେ । ସପ୍ତାହକୁ 48 ଘଣ୍ଟା କାମ କରିବା ସହିତ ଓ୍ବାର୍କ ଲାଇଫ ବାଲାନ୍ସ କରିବା ପାଇଁ କହିଥିଲେ । ଏହା କରି ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଗୁପ୍ତା ଏକ ଟ୍ବିଟ କରି ଲେଖିଥିଲେ, ଗ୍ରେପ୍ଚାଇଲରେ 84 ଘଣ୍ଟାର ଓ୍ବାର୍କ ଓ୍ବିକ ରହିଛି । ସାପ୍ତାହିକ ଛୁଟିରେ ମଧ୍ୟ କର୍ମଚାରୀ କାମ କରୁଛନ୍ତି । କମ୍ପାନୀରେ କୌଣସି ଓ୍ବାର୍କ ଲାଇଫ ବାଲାନ୍ସ ନାହିଁ । ସକାଳ 9ଟାରୁ କାମ ଆରମ୍ଭ ହେଉଥିବା ବେଳେ ଏହା ରାତି 11ଟାରେ ସମାପ୍ତ ହେବ । ବେଳେବେଳେ ଶନିବାର ଏବଂ ରବିବାର ମଧ୍ୟ କାମ କରିବାକୁ ପଡିଥାଏ । ତାଙ୍କର ଏଭଳି ଟ୍ବିଟ ଭାଇରାଲ ହେବା ସହିତ ବର୍ତ୍ତମାନ ସୁଦ୍ଧା 1.6 ମିଲିୟନ୍ ଭ୍ୟୁ ହୋଇଛି । ଏହାପରେ ସେ ଆଉ ଏକ ଟ୍ବିଟ କରି କହିଛନ୍ତି ଯେ, ତାଙ୍କୁ ଏହି କାରଣ ପାଇଁ ହତ୍ୟା ଧମକ ମିଳିଛି ।
now that this is on the front page of reddit and my inbox is 20% death threats and 80% job applications, here’s a follow up
– to everyone who is overworked and underpaid at their software jobs esp outside the US, i feel for you, and i’m sorry this struck a nerve. the people… pic.twitter.com/RzAM75DiG2
— Daksh Gupta (@dakshgup) November 10, 2024