ସମୀରଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମବେଦନା

ଭୁବନେଶ୍ୱର– ପୂର୍ବତନ ମନ୍ତ୍ରୀ, ବିଧାୟକ ତଥା ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗ ପରେ ଚାରିଆଡୁ ଛୁଟିଛି ଶୋକବାର୍ତ୍ତା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ବରିଷ୍ଠ ନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ସମବେଦନା ଜଣାଇଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ।

ନବୀନ କହିଛନ୍ତି, ବିଶିଷ୍ଟ ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦୀର୍ଘ ସମୟ ଧରି ଲୋକଙ୍କ ସେବା ଓ ଉନ୍ନତି ଦିଗରେ ତାଙ୍କର କାର୍ୟ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଓଁ ଶାନ୍ତି।

ସମୀର ଦେ, ବିଜେପିରୁ ୩ ଥର ବିଧାୟକ ହୋଇଥିଲେ । ୧୯୯୫ରୁ ୨୦୦୪ ମଧ୍ୟରେ ସେ ବିଜୟୀ ହୋଇଥିଲେ  ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନଗର ଉନ୍ନୟନ ମନ୍ତ୍ରୀ,ଶିକ୍ଷା ମନ୍ତ୍ରୀ, ଅଭିଯୋଗ ଓ ସାଧାରଣ ପେନସନ ବିଭାଗ ମନ୍ତ୍ରୀ ଭାବେ କାମ କରିଥିଲେ। ତେବେ ସେ ନିମୋନିଆ, କିଡନୀ, ରକ୍ତଚାପ ପରି ଏକାଧିକ ରୋଗରେ ପୀଡିତ ହୋଇ କିଛିଦିନ ହେବ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ  ।