‘Love-Dark Secret’ ଆପଣଙ୍କ ଜୀବନ ବର୍ବାଦ କରିଦେବ! ପାର୍ଟନରଙ୍କ ମାନସିକତାକୁ ବୁଝିବାକୁ ପ୍ରୟାସ କରନ୍ତୁ, ସମୟ ଚାଲିଗଲେ ଆଉ ଫେରିବନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୀବନ ଅଛି ମାନେ ଲଭ୍ ନିଶ୍ଚୟ ଅଛି । ତେବେ ବିବାହ ପୂର୍ବରୁ ହେଉ ବା ବା ବିବାହ ପରେ ସମସ୍ତଙ୍କ ଜୀବନରେ ଲଭ୍ ନିଶ୍ଚୟ ଆସିବ । ପ୍ରତ୍ୟେକ ପୁଅ, ଝିଅଙ୍କୁ ତାଙ୍କର ସାଥୀଙ୍କ ମନର କଥାକୁ ବୁଝିବାକୁ ପଡ଼ିବ । ତେବେ କିଛି ଲୋକଙ୍କର ଧାରଣା ଥାଏ ଯେ, ଟଙ୍କା ଥିଲେ ସବୁ ସମ୍ପର୍କ ତିଷ୍ଠି ପାରିବ । ମାତ୍ର ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଟଙ୍କା ପାଇଁ ଯଦି ସମ୍ପର୍କ ଯୋଡ଼ି ହେଉଥାନ୍ତା ତେବେ ଆଜିର ସମୟରେ ଅନେକ ବଡ଼ ବଡ଼ ସେଲିବ୍ରେଟୀ, ଶିଳ୍ପପତି ଓ କ୍ରିକେଟର ଦମ୍ପତ୍ତିଙ୍କର ସମ୍ପର୍କ ଭାଙ୍ଗୁଥାନ୍ତା କାହିଁକି? ପ୍ରକୃତ କଥା ହେଉଛି, ପ୍ରତ୍ୟେକ ମଣିଷଙ୍କର ଚିନ୍ତାଧାରା ଅଲଗା ଅଲଗା ହେଇଥିବା ବେଳେ ତାଙ୍କର ବିପରୀତ ଲିଙ୍ଗଙ୍କୁ ଏହାକୁ ଆଡଜଷ୍ଟ କରିବା ମୁସ୍କିଲ ହୋଇପଡ଼ିଥାଏ । ଦୈନନ୍ଦିନ ଜୀବନରେ ଘଟୁଥିବା ଗୋଟିଏ ଗୋଟିଏ ଛୋଟ ଛୋଟ ଭୁଲ, ଭବିଷ୍ୟତରେ ଏକ ବଡ଼ ସମ୍ପର୍କକୁ ଚୁରମାର୍ କରିଦେଇଥାଏ ।

ସମ୍ପର୍କକୁ କିପରି ଅଧିକ ଦିନ ପର୍ଯ୍ୟନ୍ତ ଜାରି ରଖିପାରିବେ, ସେନେଇ ଅନେକ ଏକ୍ସପର୍ଟ ନାନା ପ୍ରକାରର ପରାମର୍ଶ ଦେଇଥାନ୍ତି । ଆପଣ ସମସ୍ତଙ୍କର ପରାମର୍ଶ ଗ୍ରହଣ କରିପାରନ୍ତି, ମାତ୍ର ଆପଣଙ୍କର ଭୁଲ କୋଉଠି ରହୁଛି ତାହାକୁ ଖୋଜନ୍ତୁ । ଆପଣଙ୍କର ପୁରୁଷ / ମହିଳା ସାଥୀ କ’ଣ ଚାହୁଁଛନ୍ତି, ତାହା ଜାଣିବାକୁ ପ୍ରୟାସ କରନ୍ତୁ । ଯଦି ଆପଣ ଜଣଙ୍କୁ ବୁଝାଇ ପାରିବେ, ନିଜର ଭୁଲକୁ ସ୍ୱୀକାର କରିବା ସହ ତାହାକୁ ଦୋହରାଇବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ପାରିବେ, ତେବେ ଆପଣଙ୍କର ପାର୍ଟନର ନିଶ୍ଚୟ ଆପଣଙ୍କ ସାଥ ଦେବେ । ଛୋଟ ହେଉ ବା ବଡ଼ ଯଦି କୌଣସି ଭୁଲ କରିବା ପରେ ଆପଣ ତାହାକୁ ମାନିବେନି, ତେବେ ଭବିଷ୍ୟତରେ ତାହା କଳିର ଏକ ମଞ୍ଜି ପୋତିଥାଏ ।

ପୁରୁଷ ମାନେ ମହିଳାଙ୍କର ମାନସିକତାକୁ ଓ ମହିଳାମାନେ ପୁରୁଷଙ୍କର ମାନସିକତାକୁ ଗଭୀର ଭାବେ ବୁଝିବାକୁ ପଡ଼ିବ । ମନେରଖନ୍ତୁ, କେବଳ ଜଣଙ୍କୁ ଭଲ ପାଇଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ ନାହିଁ । ଭଲପାଇବାକୁ ନିଭାଇଭା ହିଁ ପ୍ରକୃତ ମଣିଷର ପ୍ରମାଣ ଦେଇଥାଏ । ରିଲେସନଶିପର ଡାର୍କ ସାଇକୋଲୋଜି କ’ଣ, ଆପଣଙ୍କର ଦୋଷ ତ୍ରୁଟି କ’ଣ, ଆପଣଙ୍କର ସମ୍ପର୍କ କ’ଣ ଠିକରେ ଚାଲିଛି ଏହିସବୁ ପ୍ରଶ୍ନ ଆପଣମାନେ ନିଜକୁ ନିଜେ ପଚାରନ୍ତୁ । ଆପଣ ଯଦି ନିଜର ପତି/ ପତ୍ନୀଙ୍କୁ ନ ଜଣାଇ କୌଣସି ଛୋଟ ପଦକ୍ଷେପ ନେଉଛନ୍ତି, ତେବେ ତାହା ଖୋଲାଖୋଲି ଭାବେ ଆଲୋଚନା କରନ୍ତୁ । ଆଜି ଯେଉଁ କଥାକୁ ଆପଣମାନେ ଛୋଟ ଭାବୁଛନ୍ତି, ତାହା ଭବିଷ୍ୟତରେ ପାହାଡ଼ ଭଳି ସମସ୍ୟା ଛିଡ଼ା କରିପାରେ, ଓ ସବୁଦିନ ପାଇଁ ଏକ ସୁନାର ସର୍ମ୍ପକୁ ଭାଙ୍ଗିଦେବାର ସାମର୍ଥ୍ୟ ରଖିଥାଏ । ତେଣୁ ଗୋଟିଏ ଛୋଟ ଛୁଆ, ଛୋଟ ଲତା, ଛୋଟ ଜୀବ ପରି ନିଜର ସମ୍ପର୍କକୁ ଆଦର କରନ୍ତୁ ଓ ଯତ୍ନ ନିଅନ୍ତୁ । ଦେଖିବେ, ସମ୍ପର୍କର ଏହି ବୃକ୍ଷ ହସିଖେଳି ବଢ଼ିବା ସହ ବିଷକୁ ଅମୃତରେ ପରିଣତ କରିଦେବ ।