ନୂଆଦିଲ୍ଲୀ: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ମୋଟ ୨୫୩ଟି ପଦ ପୂରଣ ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇବା ସହିତ ଆବେଦନ କରିପାରିବେ । ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ ୧୭୫ ଟଙ୍କା ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ରହିଛି । ପେମେଣ୍ଟ ଡେବିଟ କାର୍ଡ, କ୍ରେଟିଟ କାର୍ଡ ଓ ଇଣ୍ଟରନେଟ ବ୍ୟାଙ୍କିଂ ଆଦିରେ ଅନଲାଇନ୍ ମାଧ୍ୟମରେ ଗ୍ରହଣ କରାଯିବ ।
ନଭେମ୍ବର ୧୮ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୩ରେ ସମାପ୍ତ ହେବ । ଡିସେମ୍ବର ୧୪ରେ ଅନଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ । ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହରେ ସାକ୍ଷାତକାର ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ସ୍ଲେଲ-୧ ପଦ ପାଇଁ ପ୍ରାର୍ଥୀଙ୍କ ବୟସ ୨୩ରୁ ୨୭ ମଧ୍ୟରେ, ସ୍କେଲ-୨ ପାଇଁ ୨୭ରୁ ୩୩ ମଧ୍ୟରେ, ସ୍କେଲ-୩ ପାଇଁ ୩୦ରୁ ୩୮ ମଧ୍ୟରେ, ସ୍କେଲ-୪ ପାଇଁ ୩୪ରୁ ୪୦ ମଧ୍ୟରେ ହୋଇଥିବା ଆବଶ୍ୟକ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଯେ କୌଣସି ବିଷୟରେ ସ୍ନାତକ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ଆପ୍ଲିକେସନ, ଇନଫର୍ମର ଟେକ୍ନୋଲୋଜିରେ ବି.ଇ./ ବି.ଟେକ ଆଦି ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ ।
ଆବେଦନ ଲିଙ୍କ: https://ibpsonline.ibps.in/cbimoct24/
ନୋଟଫିକେସନ ଲିଙ୍କ: https://www.careerpower.in/blog/wp-content/uploads/2024/11/18145952/central-bankRECRUITMENT-NOTIFICATION04112024_V2_-AS-ON-16.11.2024-1.pdf