ରବିନ୍ଦ୍ରନାଥ ଟାଗୋରଙ୍କ ଉଦ୍ଦେଶ୍ୟରେ ବଦଳିବ କରିମଗଞ୍ଜର ନାମ

ଦିଶପୁର: ଆସାମର କରିମଗଞ୍ଜ ଜିଲ୍ଲାର ନାଁ ବଦଳିବ । ନୂଆ ନାଁ ରଖାଯିବ ଶ୍ରୀଭୂମି । ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରସିଦ୍ଧ ଲେଖକ ରବିନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କରିମଗଞ୍ଜର ନାମ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି । ୧୦୦ ବର୍ଷ ପୂର୍ବେ ରବିନ୍ଦ୍ରନାଥ ଟାଗୋର କରିମଗଞ୍ଜରେ ଲକ୍ଷ୍ମୀ ବିରାଜମାନ ହୋଇଥିବା ନେଇ ଏହାକୁ ଶ୍ରୀଭୂମିର ଆକ୍ଷା ଦେଇଥିଲେ । ତେବେ ରବିନ୍ଦ୍ରନାଥ ଟାଗୋରଙ୍କ ଭାବନାକୁ ସତ ପ୍ରମାଣିତ କରିବା ପାଇଁ ଆସାମ ସରକାରଙ୍କ ପକ୍ଷରୁ ଜିଲ୍ଲାର ନାମ ପରିବର୍ତ୍ତନ କରାଯିବ । ଷ୍ଟେଟ୍ କ୍ୟାବିନେଟ୍ ସହ ଆଲୋଚନା କରିବା ପରେ ବିଶ୍ୱଶର୍ମା ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ ।