ଭୁବନେଶ୍ବର: ହାଉସିଂ ପ୍ରକଳ୍ପରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଇଛି । 116 ହିତାଧିକାରୀଙ୍କୁ ଘର ବାଣ୍ଟିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ବସ୍ତିବାସିନ୍ଦାଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ଅଡିଟୋରିୟମରେ ସୁଲଭ ଆବାସ ପ୍ରକଳ୍ପରେ 116ଜଣ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ଦେଇଛନ୍ତି । ଚନ୍ଦ୍ରଶେଖରପୁର ଏଏଚପି ପାଇଁ 47, ନୀଳମାଧବ ଆବାସ ଏଏଚପି ପାଇଁ 36 ଏବଂ ସୁବୁଦ୍ଧିପୁର ବରୁଣେଇ ଏନକ୍ଲେଭ ଏଏଚପି ପାଇଁ 28 ଜଣ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ପ୍ରଦାନ କରାଯାଇଛି ।
ବିଡିଏର ସୁଲକ୍ଷ ଆବାସ ଯୋଜନା ମାଧ୍ୟମରେ ସହରାଞ୍ଚଳର ଗରିବଙ୍କୁ ଆଶ୍ରୟ ଦେବା ସହିତ ବାସଗୃହ ଏବଂ ଉନ୍ନତ ଜୀବନ ଧାରଣା ପାଇଁ ଲକ୍ଷ୍ୟ ରଖିଛୁ । ଲଟେରୀ ବ୍ୟବସ୍ଥା ମାଧ୍ୟମରେ 116ଜଣ ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରାଯାଇଛି । ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ମୌଜାରେ 20 ଏକର ପରିମିତ ଜମିରେ 2600 ଗୃହ ନିର୍ମାଣ ପାଇଁ ଯୋଜନା ହୋଇଛି । ସେଥିମଧ୍ୟରୁ 820 ଟି ଘର ନିର୍ମାଣ ସମ୍ପୁର୍ଣ୍ଣ ହୋଇଛି । ସେଥିମଧ୍ୟରୁ 690ଟି ଘର ଆବଣ୍ଟନ କରାଯାଇଛି । ଆଜି 47ଟି ଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଣ୍ଟନ କରାଯାଇଛି । ଆବଶିଷ୍ଟ 1863 ଘର ପର୍ଯ୍ୟାୟ କ୍ରମେ ଦିଆଯିବ ।