ଭୁବନେଶ୍ବର: ଝିମିଟି ଖେଳକୁ ମହାଭାରତ । ଛୋଟ ଝଗଡାରୁ ତୁମୁଳ କାଣ୍ଡ । ସାଙ୍ଗ ହୋଇ ବିଷ ପିଇଦେଲେ ଦୁଇ ଭାଉଣୀ । ଘରୋଇ କଳହକୁ ନେଇ ବିଷ ପିଇଦେଇଥିବା ଜଣାପଡିଛି । ହରଭଙ୍ଗା ଥାନା ମହାଲିକପଡାରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ତେବେ ଦୁହେଁ ବିଷ ପିଇଦେବା କାରଣରୁ ବଡ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଗୁରୁତର ରହିଥିବା ଜଣାପଡିଛି । ସାନ ଭଉଣୀକୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବିବାହିତ ବଡ ଭଉଣୀ ଘରକୁ ବୁଲିଯାଇଥିଲା ସାନ ଭଉଣୀ । ଏହା ପରେ କୌଣସି କାରଣରୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଘରେ କେହି ନଥିବା ବେଳେ ଦୁହେଁ ବିଷ ପିଇଦେଇଥିଲେ । ଦୁଇଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବଡ ଭଉଣୀକୁ ମୃତ ବୋଲି ଘୋଷଣା କରାଯାଇଥିବା ବେଳେ ସାନ ଭଉଣୀକୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ତେବେ କଣ ପାଇଁ ଏଭଳି କରିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।