ଆଜିଠୁ ସିଂହ ରାଶିରେ ଚନ୍ଦ୍ର ଗୋଚର, ଏହିସବୁ ରାଶି ହେବେ ମାଲାମାଲ: ସବୁଆଡ଼ୁ ବର୍ଷିବ ଧନ

ଓଡ଼ିଶା ଭାସ୍କର: ଚନ୍ଦ୍ରମାର ପ୍ରତ୍ୟକ୍ଷ ପ୍ରଭାବ ମାନବ ଜୀବନ ଉପରେ ପଡ଼ିଥାଏ । ଏହାକୁ ବୈଦିକ ଜ୍ୟୋତିଶ ସହ ବିଜ୍ଞାନ ମଧ୍ୟ ଗ୍ରହଣ କରିଛି । ପ୍ରତ୍ୟେକ ରାଶିରେ ସେ ମାତ୍ର ଅଢେଇ ଦିନ ରହିଥାନ୍ତି । ଚନ୍ଦ୍ର ବର୍ତ୍ତମାନ କର୍କଟ ରାଶିରେ ଗୋଚର ରହିଥିବା ବେଳେ ନଭେମ୍ବର ୨୨ ତାରିଖ ସନ୍ଧ୍ୟା ୫.୦୯ରେ ସିଂହ ରାଶିରେ ପ୍ରବେଶ କରିବେ । ସିଂହ ରାଶିରେ ଚନ୍ଦ୍ରମା ବେଶ୍ ଶୁଭ ବୋଲି ବିଶ୍ୱାସ କରାଯାଏ । ଜ୍ୟୋତିଷଙ୍କ ଅନୁସାରେ, ସିଂହସ୍ଥ ଚନ୍ଦ୍ରରୁ ୩ଟି ରାଶିର ଭାଗ୍ୟ ପରିବର୍ତ୍ତନ ହୋଇପାରେ । ଚନ୍ଦ୍ର ଗୋଚର ୩ଟି ରାଶିର ଲୋକଙ୍କୁ ମାଲାମାଲ କରିପାରେ ।

ସିଂହ ରାଶି: ସିଂହସ୍ଥ ଚନ୍ଦ୍ର ସମୟରେ ସିଂହ ରାଶିର ଲୋକେ ଅଧିକ ଆତ୍ମବିଶ୍ୱାସୀ ଏବଂ ଜୋସିଲା ଅନୁଭବ କରିବେ । ନେତୃତ୍ୱ କ୍ଷମତାରେ ମଧ୍ୟ ବୃଦ୍ଧି ହେବ । ମାନସିକ ସ୍ତରରେ ସ୍ଥିରତା ଏବଂ ଶାନ୍ତି ରହିବ । ଜୀବନରେ ବିଭିନ୍ନ ଚାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ରହିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବା ସହିତ ଆୟବୃଦ୍ଧି ହେବ ଏବଂ ବ୍ୟବସାୟିକ ଯାତ୍ରା ମଧ୍ୟ ଲାଭଦାୟକ ରହିବ । ଲଟେରୀ କିମ୍ବା ଅନ୍ୟ କୌଣସି ସୂତ୍ରରୁ ଅଚନକ ଧନପ୍ରାପ୍ତି ହୋଇପାରେ । ଅଟକି ରହିଥିବା କାମ ପୂରା ହେବ ଏବଂ ପାରିବାରିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ରହିବ ।

ବିଛା ରାଶି: ସ୍ୱଭାବ ଏବଂ ମାନସିକ ସ୍ଥିତିରେ ବିଛା ରାଶିର ଲୋକେ ଅଧିକ ଆତ୍ମବିଶ୍ୱାସୀ ଏବଂ ଦୃଢ ନିଶ୍ଚୟୀ ହେବେ । ମାନସିକ ଶକ୍ତି ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି ଏବଂ ସଫଳତା ସହିତ ଜୀବନ ସନ୍ତୁଳିତ ହେବା ଆରମ୍ଭ ହେବ । ନୂଆ ବ୍ୟବସାୟିକ ସମ୍ପର୍କ ହେବା ଦ୍ୱାରା ବ୍ୟବସାୟରେ ମଧ୍ୟ ଲାଭ ହେବ । ସେହିପରି ଅଚାନକ ଧନ ଲାଭ ହେବା ଦ୍ୱାରା ଖରାପ ହୋଇଥିବା କାର୍ଯ୍ୟ ମଧ୍ୟ ପୂରା ହେବ । ଏହାସହିତ ମୁରୁଣା ବନ୍ଧୁମାନଙ୍କ ସହ ସା୪ାତ କରିବାର ସୁଯୋଗ ରହିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

ଧନୁ ରାଶି: ସିଂହସ୍ଥ ଚନ୍ଦ୍ରର ପ୍ରଭାବରେ ଧନୁ ରାଶିର ଲୋକେ ଖୁବ ରଚନାତ୍ମକ ରହିବେ । ଆପଣଙ୍କୁ ମାନସିକ ଶାନ୍ତି ମିଳିପାରିବ ଏବଂ ଚାକିରି କ୍ଷେତ୍ରରେ ସଫଳତାର ଯୋଗ ରହିଛି । ଆୟରେ ବୃଦ୍ଧି ହେବା ସହିତ ବ୍ୟବସାୟରେ ମଧ୍ୟ ଲାଭ ହେବ ଏବଂ ବ୍ୟବସାୟିକ ସମ୍ପର୍କ ସୃଷ୍ଟି ହୋଇପାରେ । ଏହାସହିତ ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବା ସହ ପୁରୁଣା ବିବାଦର ସମାଧାନ ମିଳିପାରିବ । ପରିବାର ସହିତ ସମୟ କାଟିବାର ସୁଯୋଗ ମିଳିବ ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।