ନୂଆଦିଲ୍ଲୀ: 2024 ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବରରେ ଆରମ୍ଭ ହେବାକୁ ଯାଉଛି । ଆସନ୍ତାମାସରେ ମାସରେ ବିଶ୍ୱ ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣାର ସାକ୍ଷା ହେବାକୁ ଯାଉଛି । ଡିସମ୍ବର ମାସରେ ଦୃଶ୍ୟମାନ ହେବ କୋଲ୍ଡ ମୁନ୍ । ସମସ୍ତେ ପୂର୍ଣ୍ଣଚନ୍ଦ୍ର, ସୁପର ମୁନ୍, ହଣ୍ଟର୍ ମୁନ୍ ଦେଖିଥିବେ, କିନ୍ତୁ କୁଲ୍ ମୁନ ବିଷୟରେ ବିଶ୍ବ କ୍ବଚିତ ଜାଣିଥାଏ । କିନ୍ତୁ ଜୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ଏହି କୋଲ୍ଡ ମୁନ୍ ପ୍ରତ୍ୟେକ ବର୍ଷ ଦେଖାଯାଇଥାଏ ।
ଏହି ଚନ୍ଦ୍ର ବର୍ଷର ଦୀର୍ଘତମ ରାତି ଅର୍ଥାତ୍ ପ୍ରାୟ 21 ଡିସେମ୍ବରରେ ଦୃଶ୍ୟମାନ ହୋଇଥାଏ । କିନ୍ତୁ ବର୍ତ୍ତମାନ କୋଲ୍ଡ ମୁନ୍ ଡିସେମ୍ବର 15 ତାରିଖ ପୂର୍ଣ୍ଣିମାରେ ହେବ । ଭୋର ପ୍ରାୟ 4ଟା 2 ମିନିଟରେ ଦୃଶ୍ୟମାନ ହେବ । ସ୍ପେସ ଡଟ୍ କମ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ଶୀତ ମାସ ଅଟେ । ତେଣୁ ପୂର୍ଣ୍ଣିମା ରାତିରେ ଦୃଶ୍ୟମାନ ହେଉଥିବା ଏହି ଚନ୍ଦ୍ରକୁ ଶୀତଳ ଚନ୍ଦ୍ର ବା କୋଲ୍ଡ ମୁନ୍ କୁହାଯାଏ । ନ୍ୟୁୟର୍କ ଏବଂ କାନାଡାର ମୋହକ ଲୋକମାନେ ଏହି ନାମ ଦେଇଥିଲେ ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟୁରୋପରେ କୋଲ୍ଡ ମୁନକୁ ଖ୍ରୀଷ୍ଟମାସ ପୂର୍ବର ଚନ୍ଦ୍ର ବୋଲି କୁହାଯାଏ । ଶୀତଳ ଚନ୍ଦ୍ରକୁ ଦୀର୍ଘତମ ରାତିର ଚନ୍ଦ୍ର ମଧ୍ୟ କୁହାଯାଏ । ଏହି ଚନ୍ଦ୍ର ସାଧାରଣତଃ ପୂର୍ଣ୍ଣିମା ଅପେକ୍ଷା ଅଧିକ ସମୟ ପାଇଁ ଉଜ୍ଜ୍ୱଳ ପ୍ରଦାନ କରିଥାଏ । ଏହି ଚନ୍ଦ୍ର ମଙ୍ଗଳ ଗ୍ରହକୁ 3 ଦିନ ପରେ ଆଚ୍ଛାଦନ ବୋଲି ଆଶା କରାଯାଉଛି । ମାସାଚୁସେଟ୍ସ, ଉତ୍ତର କାନାଡା, ଉତ୍ତର-ପଶ୍ଚିମ ୟୁରୋପ, ଗ୍ରୀନଲ୍ୟାଣ୍ଡ ଏବଂ ଆଇସଲ୍ୟାଣ୍ଡରେ ରହୁଥିବା ଲୋକମାନେ ଏହି ଚନ୍ଦ୍ରକୁ ଦେଖିପାରିବେ । କିନ୍ତୁ ଏହି କୋଲ୍ଡ ମୁନ୍ ଭାରତରେ ଦେଖାଯିବ ନାହିଁ । ବର୍ଷର ଶେଷ ପୂର୍ଣ୍ଣିମା ଦିନ କୋଲ୍ଡ ମୁନ୍ ଦୃଶ୍ୟମାନ ବୈଜ୍ଞାନିକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ବୈଜ୍ଞାନିକମାନଙ୍କୁ ଚନ୍ଦ୍ର ଗବେଷଣା କରିବାରେ ସାହାଯ୍ୟ କରିଥାଏ । କୋଲ୍ଡ ମୁନକୁ ସୁପରମୁନ କୁହାଯାଇ ପାରିବ ନାହିଁ । ବର୍ଷର ଶେଷ ସୁପରମୁନ୍ ନଭେମ୍ବର 15 ରେ ଦେଖାଯାଇଥିଲା । ଏହାପୂର୍ବରୁ, ଅକ୍ଟୋବର 16 ରେ ସୁପରମୁନ୍ ଦୃଶ୍ୟମାନ ହୋଇଥିଲା ।