କଟକ: (ଓଡ଼ିଶା ଭାସ୍କର) କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ମୃତ୍ୟୁ ଯେ ଚିରନ୍ତନ ସତ୍ୟ ତାହାକୁ ହେକି ଅବମାନନା କରି ପାରିବେ ନାହିଁ । ଏହା ବି ସତ୍ୟ ମୃତ୍ୟୁ ଦେଖେନି ଧର୍ମ, ଲିଙ୍ଗ, ବର୍ଣ୍ଣ ଓ ବୟସ । ଏମିତି ଏକ ସ୍ତବ୍ଦ କରିଦେଲା ଭଳି ଖବର । ବାଲିଯାତ୍ରା ବୁଲିବାକୁ ଆସିଥିଲେ ଯୁବକ । ଆଉ ବୁଲୁ ବୁଲୁ ଚାଲିଗଲା ପ୍ରାଣବାୟୁ । କଟକ ବାଲିଯାତ୍ରା ବୁଲିବାକୁ ଆସିଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।
ରାତିରେ ବାଲିଯାତ୍ରା ବୁଲିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ ଯବକ । ସେଠାରୁ ଏସ୍ସିବିରେ ନେଇ ଭର୍ତ୍ତି କରାଯାଇଥିଲା, ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ବୟସ ୨୦ ବର୍ଷ ହେବା ନେଇ କୁହାଯାଉଛି । ମୃତକଙ୍କ ଘର ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡୀ ଅଞ୍ଚଳର ହୋଇଥିବା ସୂଚନା । ତେବେ କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣା ପଡ଼ିନାହିଁ ।