ନୂଆଦିଲ୍ଲୀ: ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଥିବା ବେଳେ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି । କିଏ କେଉଁଠାରେ ବାଜିମାତ୍ କରିଛି ତାହା ସ୍ପଷ୍ଟ ହୋଇଛି । ମହାରାଷ୍ଟ୍ରରେ ପରିବାରବାଦର ବିଜୟ ହୋଇଛି । ତେବେ ବିଜେପି ପିନ୍ଧିଛି ବିଜୟ ମୁକୁଟ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତିର ବିପୁଳ ବିଜୟ ପରେ ବିଜେପି ମୁଖ୍ୟାଳୟରୁ ମୋଦିଙ୍କ ହୁଙ୍କାର ଦେଖିବାକୁ ମିଳିଛି । ଅନ୍ୟପଟେ ଝାଡଖଣ୍ଡ କଥା ଯଦି ଦେଖିବା ଝାଡଖଣ୍ଡରେ ଜେଏମଏମ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ବଡ ବିଜୟ ହାସଲ କରିଛି । ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ବଜାୟୀ ରଖିଛି । କଂଗ୍ରେସର ମହାରାଷ୍ଟ୍ରରେ ଶୋଚନୀୟ ପରାଜୟ ଦେଖିବାକୁ ମିଳିଛି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାରାଷ୍ଟ୍ର ସମସ୍ତ ରେକର୍ଡ ପାର୍ କରିଛି । ଏହା ଏକ ପ୍ରକାର ବଡ ବିଜୟ ଅଟେ । ମହାରାଷ୍ଟ୍ରରେ ଆଜି ପରିବାରବାଦର ବିଜୟ ହୋଇଛି । ବିଭାଜନକାରୀ ଶକ୍ତି ଓ ନକରାତ୍ମକ ରାଜନୀତି ହାର୍ ମାନିଛି । ମିଥ୍ୟା, କପଟର ଶୋଚନୀୟ ପରାଜୟ ହୋଇଛି । ବିକାଶ, ସୁଶାସନ,ଏବଂ ସତ୍ୟ ନ୍ୟାୟ ବିଜୟ ମୁକୁଟ ପିନ୍ଧିଛି । ଏହା ବିଗତ 50 ବର୍ଷରେ ମହାରାଷ୍ଟ୍ରରେ କୌଣସି ଦଳ ବା ମେଣ୍ଟର ସର୍ବବୃହତ୍ ବିଜୟ ହୋଇଛି । ଲଗାତର ତୃତୀୟ ଥର ପାଇଁ ବିଜେପି ନେତୃତ୍ବାଧୀନ ମେଣ୍ଟକୁ ରାଜ୍ୟବାସୀ ଆଶୀର୍ବୀଦ କରିଛନ୍ତି । ଏକ ହେଁ ତୋ ସେଫେ ହେଁ ଆଜି ଦେଶର ମହାମନ୍ତ୍ର ପାଲଟିଛି ।”
ଝାଡଖଣ୍ଡ ଫଳାଫଳ-
- ଭାରତୀୟ ଜନତା ପାର୍ଟି: 21
- ଭାରତୀୟ ଜାତୀୟ କଂଗ୍ରେସ: 16
- ରାଷ୍ଟ୍ରିୟ ଜନତା ଦଳ: 4
- କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ:2
- AJSU ପାର୍ଟି: ୧
- ଲୋକ ଜନଶକ୍ତି ପାର୍ଟି:1
- ଝାଡଖଣ୍ଡ ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା-1
- ଜନତା ଦଳ:1
ମହାରାଷ୍ଟ୍ର ଫଳାଫଳ
- ଭାରତୀୟ ଜନତା ପାର୍ଟି: 132
- ଶିବସେନା: 57
- ଜାତୀୟତାବାଦୀ କଂଗ୍ରେସ ପାର୍ଟି: 41
- ଶିବସେନା (ଉଦ୍ଧବ ବାଲାସାହେବ ଠାକରେ): 20
- ଭାରତୀୟ ଜାତୀୟ କଂଗ୍ରେସ: 16
- ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର): ୧୦
- ସମାଜବାଦୀ ପାର୍ଟି-2
- ଜନ ସୁରଜ୍ୟ ଶକ୍ତି-2
- ରାଷ୍ଟ୍ରୀୟ ଯୁବା ସ୍ବାଭିମାନ ପାର୍ଟି-1
- ରାଷ୍ଟ୍ରୀୟ ସମାଜ ପକ୍ସା-1
- ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମ: ୧
- କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ): ୧
- ଭାରତର କୃଷକ ଏବଂ ୱାର୍କର୍ସ ପାର୍ଟି: ୧
- – ରାଜର୍ଶୀ ଶାହୁ ବିକାଶ ଆଗାଡି: ୧
- – ସ୍ୱାଧୀନ: ୨
କିଏ ହେବ ମୁଖ୍ୟମନ୍ତ୍ରୀ: ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନା ଜଳ୍ପନା ଜାରି ରହିଛି । ବିଜେପି ସର୍ବ ବୃହତ ଦଳ ଭାବେ ଉଭା ହେବା ସହିତ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।