ନୂଆଦିଲ୍ଲୀ: ପର୍ଥରେ ପୁଣିଥରେ ଦେଖିବାକୁ ମିଳିଛି ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ । ଦୀର୍ଘ ଦିନରୁ ବଡ଼ ପାଳିକୁ ଅପେକ୍ଷା କରି ରହିଥିବା ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି ଏକ ଦମଦାର ଶତକ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ କିଙ୍ଗ କୋହଲି ଶତକ ହାସଲ କରି ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି । ୧୪୩ ବଲରୁ ୮ଟି ଚୌକା ଏବଂ ୨ଟି ଛକା ସହ ଶତକ ହାସଲ କରିଛନ୍ତି ବିରାଟ । ଏହାସହିତ ଟିମ ଇଣ୍ଡିଆ ୪୮୭ ରନ୍ କରି ଇନିଂସ ଘୋଷଣା କରିଛି । ଦ୍ୱିତୀୟ ଇନିଂସରେ ୪୮୭ ରନ୍ ସହିତ ଭାରତ ଅଷ୍ଟ୍ରେଲିଆ ଆଗରେ ୫୩୪ରନର ବିଜୟ ଲକ୍ଷ୍ୟ ରଖିଛି ।
Test Century No.30!
All hail, King Kohli 🫡👏👌
Live – https://t.co/gTqS3UPruo…… #AUSvIND pic.twitter.com/VkPr1YKYoR
— BCCI (@BCCI) November 24, 2024
ଖରାପ ଫର୍ମ ଦେଇ ଗତି କରୁଥିବା ଭାରତର ଷ୍ଟାର କ୍ରିକେଟରଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ପର୍ଥ ଟେଷ୍ଟରେ ଏହାର କଡ଼ା ଜବାବ ଦେଇଛନ୍ତି କିଙ୍ଗ କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ବିସ୍ଫୋରକ ଶତକ ସହିତ ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି ବିରାଟ । ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲଙ୍କ ଶତକ ପରେ ବିରାଟଙ୍କ ଶତକ ବଳରେ ଅଷ୍ଟ୍ରେଲିଆକୁ ୫୩୪ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ । ଦ୍ୱିତୀୟ ଇନିଂସ ଆରମ୍ଭରୁ କେ.ଏଲ ରାହୁଲ ଏବଂ ଯଶସ୍ୱୀ ଭାରତକୁ ଦମଦାର ଆରମ୍ଭ ଦେଇଥିବା ବେଳେ ବିରାଟ ଏହାକୁ ବଡ଼ ସ୍କୋରରେ ପହଞ୍ଚାଇଛନ୍ତି । ଅଷ୍ଟ୍ରେଲିଆ ବୋଲରଙ୍କୁ ଟାର୍ଗେଟ କରି ବିରାଟ ଏକ ଦମଦାର ଇନିଂସ ଖେଳିଛନ୍ତି ।
Stumps on Day 3 in Perth!
An exemplary day for #TeamIndia 🙌
Australia 12/3 in the 2nd innings, need 522 runs to win.
Scorecard – https://t.co/gTqS3UPruo#AUSvIND pic.twitter.com/03IDhuArTQ
— BCCI (@BCCI) November 24, 2024
ଦ୍ୱିତୀୟ ଇନିଂସରେ ଭାରତ ୪୮୭ ରନ୍ କରି ୬ ୱିକେଟ ହରାଇଥିବା ବେଳେ ଇନିଂସ ଘୋଷଣା କରିଛି । ଏହାସହିତ ଅଷ୍ଟ୍ରେଲିଆକୁ ମ୍ୟାଚ୍ ବିଜୟ ପାଇଁ ୫୩୪ ରନର ଏକ ବିଶାଳ ଲକ୍ଷ୍ୟ ମିଳିଛି । ତେବେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବ୍ୟାକଫୁଟରେ ରହିଛି ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ଭାରତର ଷ୍ଟାର ବୋଲରଙ୍କୁ ସାମନା କରି ମାତ୍ର ୧୨ ରନ୍ ରେ ଅଷ୍ଟ୍ରେଲିଆ ୩ଟି ୱିକେଟ ହରାଇଛି । ତେବେ ଅଧିନାୟକ ଜଶପ୍ରୀତ ବୁମରାହ ୨.୨ ଓଭରରେ ୨ଟି ୱିକେଟ ହାସଲ କରିଥିବା ବେଳେ ମହମ୍ମଦ ସିରାଜ ୨ ଓଭରରେ ଗୋଟି ସଫଳତା ହାସଲ କରିଛନ୍ତି ।