‘ହେଲିକପ୍ଟର ମ୍ୟାଡାମ୍’ ଧରିବେ ଝାଡ଼ଖଣ୍ଡ ମଙ୍ଗ! ବାରିପଦାର ଝିଅ କଳ୍ପନା ସୋରେନଙ୍କୁ ନେଇ ବଡ଼ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ସରକାର ଗଢ଼ିବାକୁ ଯାଉଛି । ରାଜ୍ୟରେ ସରକାର ଗଠନ କରିବା ପାଇଁ ହେମନ୍ତ ସୋରେନ ରାଜ୍ୟପାଳଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏହି ନିର୍ବାଚନରେ ମୋଟ ୮୧ଟି ଆସନ ମଧ୍ୟରୁ ଜେଏମଏମ ୩୪ଟିରେ, ବିଜେପି ୨୧ଟିରେ, କଂଗ୍ରେସ ୧୬ଟିରେ, ଆରଜେଡି ୪ଟିରେ, ସିପିଆଇଏମ୍ ୨ଟିରେ ଓ ଅନ୍ୟ ଦଳ ୩ଟି ଆସନରେ ଜିତିଥିଲେ । ତେବେ ଏଥର ଝାଡ଼ଖଣ୍ଡରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ରିପୋର୍ଟ ମୁତାବକ, ଏଥର ‘ହେଲିକପ୍ଟର ମ୍ୟାଡାମ୍’ ଅର୍ଥାତ ଓଡ଼ିଶାର ବାରିପଦାର ଝିଅ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ । କଳ୍ପନା ହେଲିକପ୍ଟରରେ ର୍ୟାର ବିଭିନ୍ନ ସ୍ଥାନ ବୁଲି ପ୍ରଚାର କରିଥିବାରୁ ବିରୋଧୀଙ୍କ ପକ୍ଷରୁ ତାଙ୍କୁ ‘ହେଲିକପ୍ଟର ମ୍ୟାଡାମ୍’ ବୋଲି କୁହାଯାଇଥିଲା । ନିର୍ବାଚନ ସମୟରେ କଳ୍ପନାଙ୍କ ନିଆରା ଷ୍ଟାଇଲର ପ୍ରଚାର ହିଁ ମେଣ୍ଟକୁ କ୍ଷମତାସୀନ କରିଥିବା କୁହାଯାଉଛି । ଚଳିତ ବର୍ଷ ଜାନୁଆରୀ ମାସରେ ଲ୍ୟାଣ୍ଡ ସ୍କାମରେ ଛନ୍ଦି ହୋଇ ହେମନ୍ତ ସୋରେନ ଜେଲ ଜିଲ୍ଲା ପରେ କଳ୍ପନା ସକ୍ରିୟ ରାଜନୀତିକୁ ଓହ୍ଲାଇଥିଲେ । ଝାଡ଼ଖଣ୍ଡର ମୋଟ ଭୋଟରଙ୍କ ମଧ୍ୟରୁ ୫୦ ପ୍ରତିଶତ ମହିଳା ରହିଥିବାରୁ କଳ୍ପନା ତା’ର ଫାଇଦା ଉଠାଇବାରେ ସକ୍ଷମ ହୋଇଥିଲେ । ସବୁଠାରୁ ବଡ଼ କଥା ହେଉଛି, ହିନ୍ଦି, ଇଂରାଜୀ, ଓଡ଼ିଆ, ବଙ୍ଗାଳି, ସାନ୍ତାଳି ଆଦି ଭାଷାରେ ଭାଷଣ ଦେଇ କଳ୍ପନା ଜନତାଙ୍କ ନିକଟରେ ଭୋଟ ଭିକ୍ଷା କରିଥିଲେ । ଏଥର ରାଜ୍ୟ କ୍ୟାବିନେଟରେ କଳ୍ପନାଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।