(Video) ଆପଣଙ୍କୁ ମିଳିଲାନି କି ‘ସୁଭଦ୍ରା’ ଟଙ୍କା? ଏହିଦିନ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତି, କ’ଣ କହିଲେ ଉପ-ମୁଖ୍ୟମନ୍ତ୍ରୀ?

ଓଡ଼ିଶା ଭାସ୍କର: ଆଜି ରାଜ୍ୟର ଅଧିକାଂଶ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ରେ ଏକ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଦେଇଛନ୍ତି ବଡ଼ ଉପହାର । ତେବେ ରାଜ୍ୟର ଲକ୍ଷ ଲକ୍ଷ ମହିଳା ଏହି ଟଙ୍କା ପାଇଥିବା ବେଳେ ଆହୁରି ଅନେକ ମହିଳାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପହଞ୍ଚି ପାରିନାହିଁ । ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଆହୁରି ବୃଦ୍ଧି ପାଇଛି । ଯୋଜନାର ପ୍ରଥମ କିସ୍ତି କେବେ ମିଳିବ ଏବଂ ମିଳିବ କି ନାହିଁଟ୍ଟ ଇତ୍ୟାଦି ପ୍ରଶ୍ନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ମହିଳା ହିତାଧିକାରୀ । ଏହି ଯୋଜନାରେ ହିତାଧିକାରୀଙ୍କୁ ୩ଟି ପର୍ଯ୍ୟାୟରେ ଟଙ୍କା ମିଳିଥିବା ବେଳେ ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ରହିଛନ୍ତି । ତେଣୁ ସେମାନଙ୍କୁ ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ମିଳିପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଜି ଜନତା ମଇଦାନରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଯାଇଛି । ଏହି ତାଲିକାରେ ଆଜି ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କ ଆକାଉର୍ଟରେ ଏହି ଟଙ୍କା ପହଞ୍ଚିପାରିଛି । କିନ୍ତୁ ଯେଉଁମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇନାହିଁ, ସେମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ଏହି ଟଙ୍କା ଖୁବଶୀଘ୍ର ଆପଣଙ୍କ ଆକାଉଣ୍ଟରେ ପହଞ୍ଚିବ । ଧିରେ ଧିରେ ଡିବିଟି ମାଧ୍ୟମରେ ଆକାଉଣ୍ଟକୁ ଏହି ଟଙ୍କା ଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଯଦି ଏହି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଯାଇନାହିଁ, ତେବେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । ଧିରେ ଧିରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ସମସ୍ତ ଟଙ୍କା ପହଞ୍ଚିବ । ଡିସେମ୍ବର ମାସରେ ମହିଳାଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବେ ସରକାର । ଏହି ପର୍ଯ୍ୟାୟରେ ଅଧିକାଂଶ ହିତାଧିକାରୀ ଟଙ୍କା ପାଇପାରିବେ ବୋଲି କୁହାଯାଇଛି ।

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟ ଟଙ୍କା ଦେବା ପାଇଁ ସୁନ୍ଦରଗଡରେ ଭବ୍ୟ ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଅନେକ ମନ୍ତ୍ରୀ ଯୋଗ ଦେଇଥିଲେ । ତେବେ ଘୋଷଣା ମୁତାବକ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯାଇଛି । ପ୍ରଥମ ଏବଂ ଦ୍ବିତୀୟ ପର୍ୟ୍ୟାୟରେ ୬୦ ଲକ୍ଷ ୨୭ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଠାଇଥିଲା । ଆଜି ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରାର ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜିର ହିତାଧିକାରୀଙ୍କୁ ମିଶାଇଲେ ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀ ଏହା ଦ୍ବାରା ଉପକୃତ ହୋଇଛନ୍ତି । ତେବେ ବାଦ ପଡିଥିବା ମହିଳାଙ୍କୁ ଡିସେମ୍ବର ମାସରେ ଚତୁର୍ଥ ପର୍ୟାୟ ଟଙ୍କା ପ୍ରଦାନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ୫ ଲକ୍ଷ ଆବେଦନକାରୀଙ୍କୁ ଚଳିତଥର ଟଙ୍କା ମିଳିବ ନାହିଁ । ସେମାନଙ୍କୁ ଡିସେମ୍ୱର ମାସରେ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ଉକ୍ତ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ।