ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପ୍ରଥମ ଦିନରେ ଷ୍ଟାର ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ଋଷଭ ପନ୍ତ ଶ୍ରେୟସ ଆୟର ଏବଂ ଭେଙ୍କଟେଶ ଆୟରଙ୍କ ପାଇଁ ନୋଟ ବ୍ୟାଙ୍କ ଖୋଲିଥିଲେ ବିଭିନ୍ନ ଫ୍ରାଞ୍ଚାଇଜି । ତେବେ ଅକ୍ସନର ପ୍ରଥମ ଦିନରେ ମୋଟ ୮୪ ଜଣ ଖେଳାଳିଙ୍କ ନିଲାମ ହୋଇଥିବା ବେଳେ ୭୨ ଜଣ ଖେଳାଳିଙ୍କ ପାଇଁ ବିଭିନ୍ନ ଦଳ ମୋଟ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତେଣୁ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଅନେକ ଷ୍ଟାର ଖେଳାଳିଙ୍କ ଉପରେ ନଜର ରହିଛି । ଆଜି ନିଲାମୀ ତାଲିକାରେ ଭୁବନେଶ୍ୱର କୁମାର, ଦୀପକ ଚହର, ସାମ୍ କୁରାନଙ୍କ ସହ ଶାର୍ଦ୍ଦୁଳ ଠାକୁର ଏବଂ ୱାଶିଂଟନ ସୁନ୍ଦରଙ୍କ ଭଳି ଅନେକ ବଡ଼ ଖେଳାଳିଙ୍କ ନାମ ସାମିଲ ରହିଛି । ତେବେ ଏମାନଙ୍କ ଭିତରୁ କେଉଁ ଖେଳାଳିଙ୍କୁ ମିଳିବ ଅଧିକ ଟଙ୍କା?
ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି ଋଷଭ ପନ୍ତ । ଲକ୍ଷେ୍ନø ସୁପର ଜିଆଣ୍ଟସ ଋଷଭଙ୍କୁ ୨୭ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି । ଏହପରେ ଶ୍ରେୟସ ଆୟରଙ୍କୁ ୨୬.୭୫ କୋଟିରେ ପଞ୍ଜାବ କିଙ୍ଗସ କିଣିଥିବା ବେଳେ ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟିରେ ଦଳରେ ସାମିଲ କରିଛି କୋଲକାତା । ତେବେ ଏହାପରେ ଆଜି ଆହୁରି କିଛି ବଡ଼ ଖେଳାଳିଙ୍କ ପାଇଁ ଅକ୍ସନ ମଇଦାନରେ ଲଢେଇ ଦେଖିବାକୁ ମିଳିବ ।
ଭୁବନେଶ୍ୱର କୁମାର: ଟିମ ଇଣ୍ଡିଆର ସ୍ୱିଙ୍ଗ ଷ୍ଟାର ଭୁବନେଶ୍ୱର କୁମାର ଆଜି ନିଲାମର ସବୁଠାରୁ ବଡ଼ ନାଁ ରହିବେବୋଲି ଆଶା କରାଯାଉଛି । ସେ ଉଭୟ ଦିଗକୁ ସ୍ୱିଙ୍ଗ କରିବାରେ ସମର୍ଥ ହୋଇଥିବା ବେଳେ ପାୱାରପ୍ଲେରେ ଦମଦାର ବୋଲିଂ କରିପାରନ୍ତି । ତେଣୁ ଆଜି ତାଙ୍କୁ ଦଳରେ ସାମିଲ କରିବା ପାଇଁ ଅନେକ ଦଳ ଚେଷ୍ଟା କରିବେ । ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ ଭୁବିଙ୍କୁ ଦଳରେ ସାମିଲ କରିବାକୁ ଭରପୂର ଚେଷ୍ଟା କରିବେ ବୋଳି ଆଶା କରାଯାଉଛି ।
ଦୀପକ ଚହର: ଭୁବିଙ୍କ ପରେ ପେସ୍ ବୋଲର ଭାବରେ ସମସ୍ତଙ୍କ ଆଖି ଦୀପକ ଚହରଙ୍କ ଉପରେ ରହିଛି । ଚେନ୍ନାଇ ଆସନ୍ତା ସିଜନ ପାଇଁ ତାଙ୍କ ରିଲିଜ କରିଥିବା ବେଳେ ତାଙ୍କ ପାଇଁ ବଡ଼ ଆମାଉଣ୍ଟ ଡିଲ ହେବ ବୋଲି ଆଶା କରାଯାଉଛି । ତେବେ ଦୀପକଙ୍କୁ ପୁଣିଥରେ ଦଳକୁ ଫେରାଇ ଆଣିବା ପାଇଁ ଭରପୁର ଚେଷ୍ଟା କରିବ ଚେନ୍ନାଇ ସୁପର କିଙ୍ଗସ । ଧୋନୀଙ୍କ ନେତୃତ୍ୱରେ ଦୀପକ ଦମଦାର ବୋଲିଂ କରିବା ସହ ଅନେକ ସମୟରେ ବ୍ୟାଟିଂର ଜଲୱା ମଧ୍ୟ ଦେଖାଇଛନ୍ତି । ତେଣୁ ତାଙ୍କୁ ଦଳରେ ସାମିଲ କରିବାକୁ ଅନେକ ଦଳ ମଧ୍ୟରେ ନିଲାମ ବଢିପାରେ । ଦୀପକ ଚହରଙ୍କ ପାଇଁ ଚେନ୍ନାଇ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ଏବଂ ଦିଲ୍ଲୀ ନିଲାମ ଡାକିପାରନ୍ତି ।
ୱାଶିଂଟନ୍ ସୁନ୍ଦର: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ମଧ୍ୟ ବଡ଼ ଆମାଉଣ୍ଟରେ ବିକ୍ରି ହୋଇପାରନ୍ତି । ସ୍ପିନ୍ ବୋଲିଂ ସହ ବଡ଼ ଶଟ୍ ଖେଳିବାରେ ସେ ମାହିର । ସନରାଇଜର୍ସ ହାଇଦ୍ରାବାଦ ପାଇଁ ସେଅନେକ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଛନ୍ତି । ତେଣୁ ଆଜି ତାଙ୍କ ପାଇଁ ବଡ଼ ଡିଲ୍ ହୋଇପାରେ । ହାଇଦ୍ରାବାଦ ତାଙ୍କୁ ପୁଣିଥରେ ଦଳକୁ ଫେରାଇବାକୁ ଚେଷ୍ଟା କରିବ । ସେହିପରି ପଞ୍ଜାବ କିମ୍ବା ମୁମ୍ବାଇ ମଧ୍ୟ ତାଙ୍କ ପାଇଁ ବଡ଼ ଡିଲ କରିପାରନ୍ତି ।
ସାମୁ କୁରାନ୍: ଇଂଲଣ୍ଡ ପେସ୍ ବୋଲିଂ ଅଲରାଉଣ୍ଡର ସାମ କୁରାନଙ୍କୁ ଅକ୍ସନ ପୂର୍ବରୁ ରିଲିଜ କରିଥିଲା ପଞ୍ଜାବ କିଙ୍ଗସ । ତେଣୁ ଆଜି ସେ ଅକ୍ସନ ମଇଦାନରେ ନିଲାମରେ ସାମିଲ ହେବାକୁ ଯାଉଛନ୍ତି । କୁରାନଙ୍କୁ ୨୦୨୩ରେ ପଞ୍ଜାବ ୧୮.୫ କୋଟିରେ ଦଳରେ ସାମିଲ କରିଥିଲା । ତେଣୁ ଚଳିତ ଅକ୍ସନରେ ମଧ୍ୟ ତାଙ୍କୁ ଦଳରେ ସାମିଲକ ରିବାକୁ ବଡ଼ ଡିଲ ହେବ ବୋଲି ଆଶା ରହିଛି । ତେବେ ଚେନ୍ନାଇ, ପଞ୍ଜାବ, ବେଙ୍ଗଲୁରୁ ଏବଂ ଲକ୍ଷେ୍ନø ମଧ୍ୟରେ କୁରାନଙ୍କ ପାଇଁ ଲଢେଇ ହୋଇପାରେ ।
ଶାର୍ଦ୍ଦୁଳ ଠାକୁର: ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ମଧ୍ୟ ଅନେକ ଦଳ ନଜର ରଖିଛନ୍ତି । ପେସ୍ ବୋଲିଂ ସହ ବ୍ୟାଟିଂରେ ମଧ୍ୟ ଶାର୍ଦ୍ଦୁଳ ବେଶ୍ ଦମଦାର ପ୍ରଦର୍ଶନ କରିପାରନ୍ତି । ତେବେ ଅକ୍ସନରେ ତାଙ୍କ ପାଇଁ ମୁମ୍ବାଇ, ବେଙ୍ଗଲୁରୁ, ଗୁଜରାଟ ଏବଂ ପଞ୍ଜାବ ଶାର୍ଦ୍ଦୁଳଙ୍କ ପାଇଁ ଡିଲ କରିପାରନ୍ତି ।
ଗେରାଲ୍ଡ କୋଏଟଜି: ଦକ୍ଷିଣ ଆଫ୍ରିକାର ଷ୍ଟାର ପେସ୍ ବୋଲର ଗେରାଲ୍ଡ କୋଏଟଜୀଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ବିଦେଶୀ ପେସ୍ ବୋଲିଂ ବିକଳ୍ପ ଭାବରେ ସେ ଆଜିର ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇପାରନ୍ତି । ବେଙ୍ଗଲୁରୁ, ରାଜସ୍ଥାନ, ଚେନ୍ନାଇ ଏବଂ ପଞ୍ଜାବ ସହ ଲକ୍ଷେ୍ନø କୋଏଟଜିଙ୍କ ପାଇଁ ବଡ଼ ଡିଲ କରିବାକୁ ପ୍ରସ୍ତୁତ ହୋଇପାରନ୍ତି ।