ICSE, ISC ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର; ଜାରି ହେଲା ପରୀକ୍ଷା ଟାଇମ୍ ଟେବୁଲ

ନୂଆଦିଲ୍ଲୀ: ସିଆଇଏସ୍ସିଇ ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ (ସିଆଇଏସସିଇ) ପକ୍ଷରୁ ସୋମବାର ଦଶମ ଶ୍ରେଣୀ (ଆଇସିଏସ୍ଇ) ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଟାଇମ୍ ଟେବୁଲ ପ୍ରକାଶ ପାଇଛି। ସିଆଇଏସସିଇ ବୋର୍ଡ ଏହାର ଅଫିସିଆଲ ୱେବସାଇଟରେ ଆଇସିଏସଇ ଏବଂ ଆଇଏସସି ପରୀକ୍ଷା ୨୦୨୫ ଡେଟ୍ ସିଟ୍ ଜାରି କରିଛି। ସିଆଇଏସସିଇ ବୋର୍ଡ ଆଇସିଏସଇ ଏବଂ ଆଇଏସସି ପରୀକ୍ଷା ୨୦୨୫ ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମାନେ cisce.org ପୋର୍ଟାଲ ମାଧ୍ୟମରେ ସିଆଇଏସ୍ସିଇ ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷା ୨୦୨୫ ସମୟ ସାରଣୀ ଡାଉନଲୋଡ୍ କରିପାରିବେ।

ପରୀକ୍ଷାର୍ଥୀମାନେ ସେମାନଙ୍କ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରାଯାଇଛି। ଏ ସଂକ୍ରାନ୍ତରେ ସିଆଇଏସ୍ସିଇ ପକ୍ଷରୁ ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ ଦଶମ, ଦ୍ୱାଦଶ ପରୀକ୍ଷା ୨୦୨୫ ଡେଟ୍ ସିଟ୍ ଅନୁଯାୟୀ, ଆଇସିଏସ୍ଇ ଓ ଆଇଏସ୍ସି ପରୀକ୍ଷା ୧୫ ଫେବୃଆରୀ ୨୦୨୫ରୁ ଆରମ୍ଭ ହେଉଛି। ଆଇସିଏସଇର ପ୍ରଥମ ପରୀକ୍ଷା ଅର୍ଥାତ୍ ଦଶମ ଶ୍ରେଣୀ ଇଂରାଜୀ ପେପର-୧ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। ପରିବେଶ ବିଜ୍ଞାନ ପାଇଁ ଫେବ୍ରୁଆରି ୧୩ ତାରିଖ ଅପରାହ୍ନ ୨ଟାରୁ ପ୍ରଥମ ଆଇଏସ୍ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ।

ଆଇସିଏସଇ ଏବଂ ଆଇଏସସି ପରୀକ୍ଷା ୨୦୨୫ ସୂଚୀ କିପରି ଡାଉନଲୋଡ୍ କରିବେ?
ସିଆଇଏସ୍ସିଇ ବୋର୍ଡ ଦ୍ୱାରା ପ୍ରକାଶିତ ଦଶମ, ଦ୍ୱାଦଶ ଆଇସିଏସଇ ଏବଂ ଆଇଏସସି ପରୀକ୍ଷା ୨୦୨୫ କାର୍ଯ୍ୟସୂଚୀ ଡାଉନଲୋଡ୍ କରିବାକୁ ଆପଣ cisce.org ଅଫିସିଆଲ ୱେବସାଇଟକୁ ଯାଇପାରିବେ । ନିମ୍ନଲିଖିତ ଷ୍ଟେପଗୁଡିକ ଅନୁସରଣ କରି ଆପଣ ପରୀକ୍ଷା ତାରିଖ ସିଟ୍ ଡାଉନଲୋଡ୍ କରିପାରିବେ।