ନୂଆଦିଲ୍ଲୀ- ନିର୍ବାଚନ କମିଶନଙ୍କ ତରଫରୁ ଆସିଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ବିଜ୍ଞପ୍ତି ମତାବକ ଆସନ୍ତା ମାସ ୨୦ ତାରିଖରେ ହେବ ରାଜ୍ୟସଭା ପାଇଁ ଉପନିର୍ବାଚନ । ଏଥିରେ ୪ ରାଜ୍ୟର ୬ ସିଟ ପାଇଁ ହେବ ଭୋଟିଂ । ଏହି ତାଲିକାରେ ରହିଛି ଓଡିଶାର ରାଜ୍ୟସଭା ଉପନିର୍ବାଚନ । ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଏହି ସିଟ ଖାଲି ରହିଥିଲା ।
ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ଜାରି ହୋଇଛି ରାଜ୍ୟସଭାର ୬ ସିଟ ପାଇଁ ହେବାକୁ ଥିବା ଉପନିର୍ବାଚନ ନେଇ ବିଜ୍ଞପ୍ତି । ଏଥିରେ ୬ ସିଟରେ ହେବ ମତଦାନ । ୪ ରାଜ୍ୟରେ ଉପନିର୍ବାଚନ ହେବାକୁ ଥିବା ବେଳେ ସେଥିରେ ରହିଛି ଓଡିଶା । ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ରହିଥିଲା । ପରେ ସୁଜିତ କୁମାର ବିଜେପିରେ ସାମିଲ ହୋଇଥିଲେ । ଏହି ଉପନିର୍ବାଚନ ଆନ୍ଧ୍ର ପ୍ରଦେଶ, ଓଡିଶା, ପଶ୍ଚିମ ବଙ୍ଗ, ହରିଆଣାରେ ହେବାକୁ ଯାଉଛି ।
ଓଡିଶା, ପଶ୍ଚିମ ବଙ୍ଗ, ହରିଆଣାରୁ ଗୋଟିଏ ଲେଖା ସିଟ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଆନ୍ଧ୍ର ପ୍ରଦେଶର ୩ ସିଟ ପାଇଁ ହେବ ମତ ଦାନ । ଏହି ଉପନିର୍ବାଚନ ପାଇଁ ଡିସେମ୍ବର ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ନୋମିନେସନ ଆରମ୍ଭ ହୋଇ ୧୦ ତାରିଖରେ ନୋସିନେସନ ସରିବ । ୧୧ରେ ପ୍ରାର୍ଥୀଙ୍କ ସ୍କୁଟିନି, ୧୩ ତାରିଖ ସୁଦ୍ଧା କୌଣସି ପ୍ରାର୍ଥୀ ଚାହିଁଲେ ନିଜ ନୋମିନେସନ ପ୍ରତ୍ୟାହାର କରିବେ । ୨୦ ଡିସେମ୍ବର ପୂର୍ବାହ୍ନ ୯ଟାରୁ ୪ଟା ଯାଏଁ ଭୋଟିଂ ହେବାକୁ ଥିବା ବେଳେ ୫ଟାରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।