ନୂଆଦିଲ୍ଲୀ: ୨୦୨୪ ବର୍ଷର ଅନ୍ତିମ ମାସ ଅର୍ଥାତ ଡିସେମ୍ବର ପାଇଁ ବ୍ୟାଙ୍କ ଛୁଟି ଲିଷ୍ଟ ସାମ୍ନାକୁ ଆସିଛି । ଦେଶର ବିଭିନ୍ନ ଅଞ୍ଚଳରେ ରାଷ୍ଟ୍ରୀୟ ଓ ସ୍ଥାନୀୟ ଛୁଟି କାରଣରୁ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ହଲିଡେ କ୍ୟାଲେଣ୍ଡର ଅନୁସାରେ, ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ମାସରେ ୪ ରବିବାର ଦିନ ବ୍ୟାଙ୍କ ରହିବ । ଏଥିସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମଧ୍ୟ ବ୍ୟାଙ୍କ ଛୁଟି ରହିବ । ଡିସେମ୍ବର ପହିଲା ରବିବାର କାରଣରୁ ସାରା ଦେଶରେ ବନ୍ଦ ରହିବ । ୩ ତାରିଖ ଶୁକ୍ରବାର ଦିନ ସେଣ୍ଟ ଫ୍ରାନ୍ସିସ ଜେଭିୟର ପର୍ବ ପାଇଁ ଗେଆରେ ବ୍ୟାଙ୍କ ବନ୍ଦ ରହିବ । ୮ ତାରିଖ ରବିବାର ଦିନ କାରଣରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ୧୨ ତାରିଖ ମଙ୍ଗଳବାର ପା-ତୋଗନ ନେଙ୍ଗମିଞ୍ଜା ସଙ୍ଗମା ଅବସରରେ ମେଘାଳୟରେ ବ୍ୟାଙ୍କ ବନ୍ଦ ରହିବ । ୧୪ ତାରିଖ ଦ୍ୱିତୀୟ ଶନିବାର ଓ ୧୫ ତାରିଖ ରବିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ ।
୧୮ ତାରିଖ ବୁଧବାର ଦିନ ୟୁ ସୋସସୋ ଥାମ କୀ ଡେଥ ଆନିର୍ଭାରୀ ପାଇଁ ମେଘାଳୟରେ ବ୍ୟାଙ୍କ ବନ୍ଦ ରହିବ । । ୧୯ ତାରିକ ଗୁରୁବାର ଦିନ ଗୋଆ ମୁକ୍ତି ଦିବସରେ ଗୋଆରେ ବ୍ୟାଙ୍କ ବନ୍ଦ ରହିବ । । ୨୨ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨୪ ତାରିଖ ବୁଧବାର କ୍ରିସମସ ଈଭ ପାଇଁ ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ ବ୍ୟାଙ୍କ ବନ୍ଦ ରହିବ । ୨୫ ତାରିଖ ବୁଧବାର କ୍ରିସମସ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ୨୬ ତାରିକ କ୍ରିସମସ ପାଳନ ପାଇଁ ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ ବ୍ୟାଙ୍କ ବନ୍ଦ ରହିବ । ୨୭ ତାରିଖ ଶୁକ୍ରବାର କ୍ରିସମାସ ପାଳନ ପାଇଁ ନାଗାଲାଣ୍ଡରେ ବ୍ୟାଙ୍କ ବନ୍ଦ ରହିବ । ୨୮ ତାରିଖ ଚତୁର୍ଥ ଶନିବାର ଓ ୨୯ ତାରିଖ ରବିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ । ୩୦ ତାରିଖ ସୋମବାର ଦିନ ୟୂ କିଆଙ୍ଗ ନଙ୍ଗବାହ ପାଇଁ ମେଘାଳୟରେ ବ୍ୟାଙ୍କ ବନ୍ଦ ରହିବ । ୩୧ ତାରିଖ ମଙ୍ଗଳବାର ଦିନ ନୂଆ ବର୍ଷର ପୂର୍ବସନ୍ଧ୍ୟା / ଲୋସୋଙ୍ଗ / ନାମସୋଙ୍ଗ ପାଇଁ ମିଜୋରାମ ଓ ସିକିମରେ ବ୍ୟାଙ୍କ ବନ୍ଦ ରହିବ ।