୨୨ ଜାନୁଆରୀ ନୁହେଁ, ଏହି ତାରିଖରେ ପାଳନ ହେବ ‘ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ’, ଜାଣନ୍ତୁ କାହିଁକି ନିଆଗଲା ଏହି ନିଷ୍ପତ୍ତି
ନୂଆଦିଲ୍ଲୀ: ଚଳିତ ବର୍ଷର ଆରମ୍ଭରେ ୨୨ ଜାନୁଆରୀରେ ରାମ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତିର ପ୍ରାଣ-ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମୟରେ ଗର୍ଭଗୃହରେ ଉପସ୍ଥିତ ଥିଲେ। ଏହାପରଠାରୁ କୋଟି କୋଟି ସଂଖ୍ୟାରେ ଭକ୍ତ ମନ୍ଦିରରେ ଦର୍ଶନ କରିସାରିଛନ୍ତି। ସେହିପରି ବର୍ତ୍ତମାନ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ରାମ ମନ୍ଦିର ପ୍ରାଣ-ପ୍ରତିଷ୍ଠାର ବାର୍ଷିକୀ ବା ଦିବସ ୨୨ ଜାନୁଆରୀରେ ପାଳନ କରାଯିବ। ଆସନ୍ତୁ ଜାଣିବା ଏହି ତାରିଖର ପରିବର୍ତ୍ତନ କାହିଁକି କରାଗଲା ଏବଂ କେବେ ହେବ ପାଳନ।
ସୋମବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସର ବୈଠକ ମଣିରାମ ଦାସ ଛାବନୀରେ ହୋଇଥିଲା। ବୈଠକରେ ସନ୍ଥଙ୍କଠାରୁ ପରାମର୍ଶ ନିଆଯାଇ ଏହା ଧାର୍ଯ୍ୟ ହୋଇଥିଲା ଯେ, ଯେଉଁ ଭଳି ସମସ୍ତ ହିନ୍ଦୁ ଉତ୍ସବ ଏବଂ ପର୍ବ ହିନ୍ଦୀ ତିଥି ଏବଂ ପଞ୍ଚାଙ୍ଗ ଅନୁସାରେ ପାଳନ କରାଯାଉଛି, ସେହି ପରି ପ୍ରଭୁ ଶ୍ରୀ ରାମଲଲା ସରକାରଙ୍କ ପ୍ରାଣ ପ୍ରତିଷ୍ଠାର ଦିବସ ତିଥି ଅନୁଯାୟୀ, ପୌଷ ଶୁକ୍ଳ ଦ୍ୱାଦଶୀ ଅର୍ଥାତ କୁର୍ମା ଦ୍ୱାଦଶୀରେ ପାଳନ କରାଯିବ। ଏହି ତିଥିକୁ ପ୍ରତିଷ୍ଠା ଦ୍ୱାଦଶୀ ଭାବେ ପାଳନ କରାଯିବ। ୨୦୨୫ରେ ଏହି ତିଥି ୧୧ ଜାନୁଆରୀରେ ହେବ। ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ରର ବୈଠକରେ ଅହୁରି ଅନେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି।
जय श्री राम!
श्रीराम जन्मभूमि तीर्थ क्षेत्र न्यास की बैठक आज मणिराम दास छावनी में हुई। बैठक में निम्न निर्णय लिए गए:
१. संतों से परामर्श के पश्चात यह तय किया गया कि जिस प्रकार सभी हिंदू उत्सव और पर्व हिंदी तिथि एवं पंचांग के अनुसार मनाए जाते हैं, उसी प्रकार प्रभु श्री रामलला… pic.twitter.com/t8y50Qtdgv
— Shri Ram Janmbhoomi Teerth Kshetra (@ShriRamTeerth) November 25, 2024