ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିବେ ଶାମି !

ନୂଆଦିଲ୍ଲୀ: ନିକଟରେ ଭାରତୀୟ ଟିମ୍ ପର୍ଥ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା । ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨୯୫ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା । ବର୍ତ୍ତମାନ ଭାରତ ବର୍ଡ଼ର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ଏଥିମଧ୍ୟରେ ଭାରତୀୟ ଟିମକୁ ବଡ଼ ଝଟକା ଲାଗିଛି । ବର୍ଡ଼ର ଗାଭାସ୍କର ଟ୍ରଫି ଅନ୍ତର୍ଗତ ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଇଥିବା ବେଳେ ଦ୍ୱିତୀୟ ଟେଷ୍ଟରୁ ମହମ୍ମଦ ଶାମି ବାଦ୍ ପଡ଼ିପାରନ୍ତି । କହିରଖୁଛୁ ଦୁଇ ସପ୍ତାହ ପୂର୍ବରୁ ଶାମି ରଣଜୀ ଟ୍ରଫି ମାଧ୍ୟମରେ ମଧ୍ୟପ୍ରଦେଶ ବିପକ୍ଷରେ ମ୍ୟାଚ୍ ଖେଳି ବୃତ୍ତିଗତ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପୂର୍ବରୁ ସେ ଆହତ ଯୋଗୁଁ ପାଇଁ ପ୍ରାୟ ଏକ ବର୍ଷ ପାଇଁ କ୍ରିକେଟ ଠାରୁ ଦୂରେଇ ରହିଥିଲେ ।

ଆସନ୍ତା ଡିସେମ୍ବର ୬ରୁ ୧୦ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏଡିଲେଡରେ ବର୍ଡ଼ର ଗାଭାସ୍କର ଟ୍ରଫି ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଭାରତୀୟ ଟିମର ବୋଲିଂ କୋଚ୍ ମୋର୍ନେ ମୋର୍କେଲ କହିଛନ୍ତି କି ମ୍ୟାନେଜମେଣ୍ଟ ମହମ୍ମଦ ଶାମିଙ୍କ ଉପରେ ନଜର ରଖିଛି । ତାଙ୍କୁ ଅଷ୍ଟ୍ରେଲିଆ ଆସିବା ପାଇଁ କୁହାଯାଇନାହିଁ । ବର୍ତ୍ତମାନ ସେ ମୁଶତାକ୍ ଅଲି ଟ୍ରଫି ପାଇଁ ଖେଳୁଛନ୍ତି । ଶାମି ମ୍ୟାଚ୍ ଫିଟନେସ୍ ଉପରେ ଫୋକସ୍ କରନ୍ତୁ ବୋଲି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ଼ ଚାହୁଁଛି । ବେଙ୍ଗଲ କ୍ରିକେଟ ଆସୋସିଏସନ୍ ନଭେମ୍ବର ୧୮କୁ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଏହାର ସ୍କ୍ୟାଡ୍ ଘୋଷଣା କରିଥିଲା ଯେଉଁଥିରେ ଶାମିଙ୍କୁ ସାମିଲ କରାଯାଇଥିଲା । ଏହା ସ୍ପଷ୍ଟ କରିଛି କି ତାଙ୍କ ଅଷ୍ଟ୍ରେଲିଆ ଗସ୍ତରେ ବିଳମ୍ବ ହୋଇପାରେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନଭେମ୍ବର ୨୩ରେ ଏବଂ ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୨୫ରେ ଖେଳାଯାଇଥିଲା । ଏହି ମ୍ୟାଚରେ ଶାମିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।