Video: ମୃତ୍ୟୁ ପୂର୍ବରୁ ସଚେତନର ବାର୍ତ୍ତା ଦେଲେ ଯୁବକ, ଗୁଟ୍‌ଖାକୁ ନେଇ କହିଲେ ଭୟଙ୍କର କଥା

ଭୁବନେଶ୍ୱର: ଗାଁ ଠୁ ସହର ସବୁଠି ଦୋକାନରେ ମିଳେ ମାଳ ମାଳ ଗୁଟ୍‌ଖା। ପିଲାଙ୍କଠୁ ବୁଢ଼ା ଆନନ୍ଦରେ ଆଣି ଖାଉଥିବାର ଦେଖୁଥିବେ। ଯଦିଓ ଗୁଟୁକାରେ ସ୍ପଷ୍ଟ ଭାବେ କ୍ୟାନସରର ସତର୍କତା ନେଇ ବାର୍ତ୍ତା ରହିଥିଲେ ବି ସମସ୍ତେ ଏହାକୁ ଅଣ ଦେଖା କରି ଖାଉଥିବା ଦେଖିବାକୁ ମିଳେ। ଆଜି ସେହି ଗୁଟ୍‌ଖା ପ୍ରେମୀମାନଙ୍କ ପାଇଁ ଏକ ସନ୍ଦେସ ରଖିଛୁ । ଯାହା ଜଣେ ଯୁବକ ନିଜେ ସୁଟ କରି ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି ।

ସେ ଦୃଶ୍ୟ ବୟାନ କରୁଛି ଯେ ଏହି ଗୁଟ୍‌ଖା କେତେ ସାଙ୍ଘାତିକ । ଆସନ୍ନ ମୃତ୍ୟୁ ଭୟରେ ସତେ ଯେମିତି ଚିଂକି ଉଠିଛନ୍ତି । ଆଉ ତାଙ୍କ ପାଟି ମେଲା କରି ଦେଖାଇ କହୁଛନ୍ତି- ‘ଗୁଟ୍‌ଖା ପ୍ରତି ଯେତେ ସାବଧାନ। ମୁଁ ତ ମରିବି କି ବଞ୍ଚିବି ଜାଣିନି, ହେଲେ ଆପଣମାନେ ବଞ୍ଚିଯାଆନ୍ତୁ ଆଉ ସାବଧାନ ହୋଇଯାଆନ୍ତୁ ।’ ଏହି କଥା କହୁ କହୁ ସେ ପୁରା ଭାବବିହ୍ୱଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ମାତ୍ର କିଛି ସେକେଣ୍ଡର ଏହି ଭିଡିଓ ଏକ ବଡ଼ ଧରଣର ସଚେତନର ବାର୍ତ୍ତା କୁହାଉଛି ।

ତେବେ ଏହି ଭିଡିଓରେ ଏପରି କହୁଥିବା ଯୁବକ ଜଣକ କିଏ, ତାଙ୍କର ପ୍ରକୃତରେ କଣ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ mr____dilip____01___ ନାମକ ଏକ ଆକାୁଣ୍ଟରୁ ପୋଷ୍ଟ କରାଯାଇଛି । ଯାହାକୁ ଅନେକ ଲୋକ ଦେଖାବା ସହ ବିଭିନ୍ନ ପ୍ରତିକ୍ରିୟା ଦେଖାବାକୁ ମିଳିଛି ।

<

/p>