ପୁଣି ମଧ୍ୟାହ୍ନ ଦର ବଢାଇଲେ ସରକାର, ଡିସେମ୍ବର 1 ତାରିଖରୁ ଲାଗୁ

ଭୁବନେଶ୍ବର: ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ଦର ବଢାଇଲେ ରାଜ୍ୟ ସରକାର । ପ୍ରାଥମିକ ପିଲାଙ୍କ ପାଇଁ 7ଟଙ୍କା 64 ପଇସା ଖର୍ଚ୍ଚ ହେବ ।  ପୂର୍ବରୁ ଏହା 5 ଟଙ୍କା 90 ପଇସା ରହିଥିଲା । ଯଦି ଦେଖିବା ଏହି ମୂଲ୍ୟରେ ପାଖାପାଖି 2 ଟଙ୍କା ବୃଦ୍ଧି ହୋଇଛି । ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ 10 ଟଙ୍କା 94 ପଇସା । ପ୍ରଥମରୁ ଏହା 8 ଟଙ୍କା 82 ପଇସା ରହିଥିଲା । ଡିସେମ୍ବର 1 ତାରିଖରୁ ଏହି ନୂଆ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଲାଗୁ ହେବ । କହିରଖୁଛୁ କି, ପୂର୍ବରୁ 1 ଟଙ୍କା ବୃଦ୍ଧି କରିଥିଲେ ସରକାର । କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ସୁରଭିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ତେବେ ପୁଣି ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 43 ଲକ୍ଷ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପାଉଛନ୍ତି । ପୂର୍ବରୁ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ଦୈନିକ ୫.୯୦ଟଙ୍କା ଓ ଉଚ୍ଚପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୮.୮୨ଟଙ୍କା ଦେଉଥିଲେ । ବର୍ତ୍ତମାନ ଏଥିରେ ସଂଶୋଧନ କରାଯାଇ ନୂଆ ଦର ଲାଗୁ କରିଛନ୍ତି ।