(Video) କଳଙ୍କ! ବିବାହ କଲେ 50 ବର୍ଷୀୟ ବାପା-24 ବର୍ଷୀୟା ଝିଅ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ପଚରାଯାଏ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ କଣ? କେବଳ ଗୋଟିଏ ଉତ୍ତର ଆସିବ ମାତା-ପୁଅ ଏବଂ ପିତା-ଝିଅ । କିନ୍ତୁ ଅନେକ ଥର ଏହି ସମ୍ପର୍କରେ କଳଙ୍କ ଲାଗିଲା ଭଳି ଖବର ସାମ୍ନାକୁ ଆସିଥାଏ । ବେଳେବେଳେ ଜଣେ ପୁଅ ନିଜ ଭଉଣୀର ସମ୍ମାନ ଛଡ଼ାଇ ନେଇଥାଏ ତ ଆଉ କେବେ ମାମୁଁ ନିଜ ଭଣଜି ଉପରେ ଲୋଲୁପ ଦୃଷ୍ଟି ପକାଇଥାଏ । ଏହାରି ଭିତରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁକି ସମସ୍ତ ସ୍ଥାନରେ ନିନ୍ଦା କରାଯାଉଛି । ଏହାର ଭିଡିଓ ମଧ୍ୟ ଭାଇାଲ ହେୋଇଛି । ଜଣେ ବାପା ନିଜ ଝିଅକୁ ବିବାହ କରିଛନ୍ତି । ଝିଅର ବୟସ 24 ହୋଇଥିବା ବେଳେ ବାପାର ବୟସ 50 ବର୍ଷ ।

ଭାଇରାଲ୍ ଭିଡିଓରେ ପଚରାଯାଉଥିବା ପ୍ରଶ୍ନ ହେଉଛି ତୁମେ ଦୁହେଁ କିଏ? ଏହା ଉପରେ ଝିଅ ସାହସର ସହିତ କୁହନ୍ତି ଯେ ସେ ମୋର ପିତା ଏବଂ ଆମେ ଦୁନିଆକୁ ଦେଖାଇଛୁ ଯେ ଆମେ ବିବାହ କରି ଖୁସିରେ ଅଛୁ ।  ଆମ ସମ୍ପର୍କକୁ କେହି ସମର୍ଥନ କରୁନଥିଲେ। କିନ୍ତୁ ଆମେ ବିବାହ କଲୁ ଏବଂ ବର୍ତ୍ତମାନ ଆମକୁ କେହି ଗୁରୁତ୍ୱ ଦେଉ ନାହାଁନ୍ତି କି ନାହିଁ ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯେତେବେଳେ ବାପାଙ୍କୁ ପଚରାଯାଏ, ଏଇ ତୁମର ଝିଅ? ତେବେ ବାପା ଏବଂ ଝିଅ ଏକାଠି ହେଇ କୁହନ୍ତି ଯେ ଏଥିରେ ଅସୁବିଧା କଣ ରହିଛି ।  ତୁମ ବାପାଙ୍କୁ ବିବାହ କରିବାକୁ ଟିକେ ଲଜ୍ଜିତ ନୁହଁ କି? ତା’ପରେ ମଧ୍ୟ ଏହି ପ୍ରଶ୍ନରେ ମଧ୍ୟ ସେମାନେ ଦୃଢ ଭାବେ ରହିଥିଲେ ।  ଏହି ଭିଡିଓ ଭାଇରାଲ ହେବା ପରେ ସବୁ ସ୍ଥାନରେ ନିନ୍ଦା କରାଯାଉଛି । ତେବେ ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ ।