ନୂଆଦିଲ୍ଲୀ: ସାଧାରଣ ଭାବେ ଖାଦ୍ୟ ଖାଇବା ପରେ ଥଣ୍ଡା ଲାଗିବା ଏକ ସାଧାରଣ କଥା । ଆମ ଶରୀରରେ ହଜମ କ୍ରିୟା ସମୟରେ ଶରୀରରେ ରକ୍ତ ପ୍ରବାହ ଡାଇଜେଷ୍ଟିଭ ସିଷ୍ଟମ ଆଡ଼କୁ କେନ୍ଦ୍ରିତ ହୋଇଥାଏ । ଫଳରେ ବାହ୍ୟ ଅଙ୍ଗଗୁଡ଼ିକରେ ବ୍ଲଡ୍ ଫ୍ଲୋ କମ୍ ହେବାରେ ଲାଗିଥାଏ ଓ ଆମକୁ ଥଣ୍ଡା ଅନୁଭୂତ ହୋଇଥାଏ । ଏହାକୁ ‘ଥର୍ମିକ ଇଫେକ୍ଟ ଅଫ୍ ଫୁଡ୍’ କହନ୍ତି । ଖାଇବା ପରେ ଟିକିଏ ଶୀତ ଲାଗିବା ଶରୀର ସ୍ୱାଭାବିକ ପ୍ରକ୍ରିୟା । ମାତ୍ର ଆପଣଙ୍କୁ ଯଦି ଖାଇବା ପରେ ଅତ୍ୟଧିକ ଶୀତ ଲାଗୁଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ ।
ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି । ଖାଦ୍ୟ ଖାଇବା ପରେ ଆମ ଶରୀରକୁ ତାହାକୁ ପଚାଇବା, ଅବଜର୍ଭ କରିବା ଓ ମେଟାବଲିଜିମ ପାଇଁ କାମ କରିବାକୁ ପଡ଼ିଥାଏ । ଏହି ପ୍ରୋସେସକୁ ଥର୍ମିକ ଇଫେକ୍ଟ ଅଫ୍ ଫୁଡ କହନ୍ତି । ଯେତେବେଳେ ଖାଦ୍ୟ ପଚିଥାଏ, ସେହି ସମୟରେ ଶରୀରର ବ୍ଲଡ ଫ୍ଲୋ ଡାଇଜେଷ୍ଟିଭ ସିଷ୍ଟମ ଆଡ଼କୁ ଅଧିକ କେନ୍ଦ୍ରିତ ହୋଇଥାଏ । ଫଳରେ ସ୍କିନ ଓ ବାହ୍ୟ ଅଙ୍ଗରେ ରକ୍ତ ପ୍ରବାହ କମ୍ ହେବାରେ ଲାଗିଥାଏ । ଏହାଫଳରେ ଶରୀରର ବାହାର ତାପମାତ୍ରା କମିବାରେ ଲାଗିଥାଏ ଓ ଥଣ୍ଡା ଅନୁଭବ ହୋଇଥାଏ । ଏହା ପ୍ରତ୍ୟେକ ମଣିଷଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଏହା ଆମ ପାଇଁ ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କୁହାଯାଏ । ମାତ୍ର ଅସାମାନ୍ୟ ଥଣ୍ଡା ଅନୁଭୂତ ହେଲେ ଡାକ୍ତଙ୍କୁ ଦେଖାଇବା ଜରୁରୀ ।
ଅନେକ ସମୟରେ ଏହା ଖାଦ୍ୟର ପ୍ରକାର ଉପରେ ନିର୍ଭର କରିଥାଏ । କାର୍ବୋହାଇଡ୍ରେଟ ଓ ପ୍ରୋଟିନ ଖାଦ୍ୟକୁ ପଚାଇବା ପାଇଁ ଅଧିକ ଉର୍ଜାର ଆବଶ୍ୟକ ହୋଇଥାଏ । ତେଣୁ ଶରୀର ଅଧିକ ଗରମ ସୃଷ୍ଟି କରିଥାଏ । ମାତ୍ର ଅନେକ ସମୟରେ ସେହି ଉର୍ଜା ତ୍ୱଜା ପର୍ଯ୍ୟନ୍ତ ପହଞ୍ଚି ନପାରି ଶରୀର ଭିତରେ ରହିଯାଇଥାଏ । ଏହି କାରଣରୁ ମଧ୍ୟ ଅନେକ ସମୟରେ ଥଣ୍ଡା ଲାଗିଥାଏ । ସେହିପରି ଆପଣମାନେ ଯଦି ଥଣ୍ଡା ପାଣି, ଆଇସକ୍ରିମ, ଥଣ୍ଡା ଭୋଜନ କରିବେ, ତେବେ ତାହା ଦ୍ୱାରା ଶଣୀର ତାପମାତ୍ରା ଅସ୍ଥାୟୀ ଭାବେ କମ୍ ହୋଇପାରେ, ମାତ୍ର ଥଣ୍ଡା ଲାଗିବା ସ୍ୱାଭାବିକ । ଶୁଗର, ଇନସୁଲିନ୍, ଇଣ୍ଟରମିଣ୍ଟେଟ ଫାଷ୍ଟିଂ, ଥାଇରଏଡ୍ କମ୍ ସ୍ତର କାରଣରୁ ମଧ୍ୟ ଥଣ୍ଡା ଲାଗିଥାଏ ।