ଓଡିଶା ଭାସ୍କର: ରିବନ ଏକ ଏଭଳି ମାଛ ଯାହାକୁ ଓସାର ଏବଂ ଲମ୍ବାକୁ ଦେଖିଲେ ଏକ ସାପ ଭଳି ମନେ ହୁଏ । ଓଡିଶାର କେତେକ ସ୍ଥାନରେ ଏହାକୁ ଶାବଳା ମାଛ ମଧ୍ୟ କୁହାଯାଏ । ଏହି ମାଛ କେବଳ ସମୁଦ୍ରରେ ଦେଖାଯାଇଥାଏ । ଏହା ଦେଖିବା ପାଇଁ ଧଳା ନୀଳ ବର୍ଣ୍ଣର ହୋଇଥାଏ । ଯୁବକମାନଙ୍କ ପାଇଁ ସୁପରଫୁଡ ବୋଲି ବିବେଚନା କରାଯାଇଥାଏ । ତେବେ ଏହି ରିବନ ମାଛର ସ୍ବାଦ ଅନ୍ୟ ମାଛ ଠାରୁ ଆହୁରି ଅଧିକ ହୋଇଥାଏ । କେତେକ ସ୍ଥାନରେ ଏହାର ଦାମ୍ 250ରୁ 300 ଟଙ୍କା ହୋଇଥାଏ । ତେବେ ଏହି ମାଛର ଲମ୍ବା 100 ସେଣ୍ଟିମିଟର ଏବଂ ଓଜନ 100 କିଲୋ ପର୍ଯ୍ୟନ୍ତ ହୋଇପାରେ ।
- ଓମେଗା-3 ଫ୍ୟାଟି ଏସିଡ୍- ଶାବଳା ମାଛରେ ଏହା ଭରପୂର ମାତ୍ରାରେ ରହିଥାଏ । ଏହା ହୃଦୟ ସ୍ବାସ୍ଥ୍ୟ ପାଇଁ ଉପକାରୀ ବୋଲି ବିବେଚନା କରାଯାଇଥାଏ ।
- ପ୍ରୋଟିନ ଓ ସୋଡିୟମ- ଯେଉଁମାନେ ଅଧିକ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି, ସେମାନଙ୍କ ପାଇଁ ଉପଯୋଗୀ ବୋଲି କୁହାଯାଇପାରେ । କାରଣ ଏଥିରେ ଅଧିକ ପରିମାଣରେ ପ୍ରୋଟିନ ଏବଂ ସୋଡିୟମ ରହିଥାଏ ।
- ଭିଟାମିନ B12- ଏହି ଭିଟାମିନ ହୃଦୟ ଏବଂ ଆଖିକୁ ସୁସ୍ଥ ରଖିଥାଏ । ଏହାସହିତ ଡିପ୍ରେସନକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ ।
- ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି- ବର୍ତ୍ତମାନ ସମୟରେ କମ୍ ବୟସରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଯାଇଥାଏ । ସେମାନଙ୍କ ପାଇଁ ଏହା ଲାଭଦାୟୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।