ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ମିଳିଲା ନୂଆ ଦାୟିତ୍ବ । ପ୍ରଫୁଲ୍ଲ ସାମଲ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଭାବେ ହେଲେ ନିଯୁକ୍ତ । ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପୂର୍ବରୁ ପ୍ରଫୁଲ କୁମାର ମଲ୍ଲିକ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଥିଲେ । ଗତବର୍ଷ ସେପ୍ଟେମ୍ୱର 16ରେ ଗଠନ ହୋଇଥିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ।
ପ୍ରଣବ ପ୍ରକାଶ ଦାସଙ୍କୁ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଥିବାବେଳେ ଉପଦେଷ୍ଟା ଭାବେ ଦେବାଶିଷ ସାମନ୍ତରାୟଙ୍କୁ ନିଯୁକ୍ତ କରାଯାଇଥିଲା । ସେକ୍ରେଟାରୀ ଜେନେରାଲ ଭାବେ ସୁବାସ ସିଂଙ୍କୁ ଦାୟିତ୍ବ ତୁଲାଉଛନ୍ତି। କେନ୍ଦ୍ରୀୟ ସଂଯୋଜକ ଭାବେ ୧୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।