Vodafone Idea ୟୁଜର୍ସଙ୍କୁ ୧୨ ଘଣ୍ଟା ପାଇଁ ମିଳିବ ଅନଲିମିଟେଡ୍ ଡାଟା: ଜିଓ-ଏୟାରଟେଲର ବଢ଼ିଲା ଟେନସନ୍

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ଭି ଏହାର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଯୋଜନା ପାଣିଛି ଯାହା ଜିଓ ଏବଂ ଏୟାରଟେଲର ଟେନସନକୁ ବଢ଼ାଇ ଦେଇଛି । ଭି ଏହାର ଇଣ୍ଟରନେଟ୍ ଡାଟା ପ୍ରେମୀ ଉପଭୋକ୍ତାମାନଙ୍କ ପାଇଁ ଏକ ନୂତନ ସୁପର ହିରୋ ପ୍ଲାନ୍ ଆଣିଛି । ଏହି ଯୋଜନାରେ, କମ୍ପାନୀ ଗ୍ରାହକଙ୍କୁ ୧୨ ଘଣ୍ଟା ପାଇଁ ଅନଲିମିଟେଡ୍ ଡାଟା ପ୍ରଦାନ କରୁଛି ।

ଭୋଡାଫୋନ୍ ଆଇଡିଆ ଏହି ରିଚାର୍ଜ ପ୍ଲାନକୁ ଏପରି ଏକ ସମୟରେ ଉପସ୍ଥାପନ କରିଛି ଯେତେବେଳେ ବିଏସଏନଏଲ ଏହାର ଶସ୍ତା ପ୍ଲାନ ହେତୁ ଗ୍ରାହକଙ୍କୁ ଶୀଘ୍ର ଆକର୍ଷିତ କରୁଛି । ଭି’ର ନୂଆ ପ୍ଲାନ୍ ବିଏସଏନଏଲ ରାସ୍ତାରେ ଏକ ବଡ଼ ପ୍ରତିବନ୍ଧକ ହୋଇପାରେ । ଯଦି ଆପଣ ଇଣ୍ଟରନେଟ୍ କୁ ବହୁତ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଭିର ନୂଆ ସୁପର ହିରୋ ପ୍ଲାନ୍ ବହୁତ ପସନ୍ଦ କରିବାକୁ ଆସିବ ।

ଭୋଡାଫୋନ୍ ଆଇଡିଆର ଗ୍ରାହକଙ୍କ ପାଇଁ ଏପରି ଯୋଜନା ଅଛି ଯେଉଁଥିରେ ଗ୍ରାହକଙ୍କୁ ୧୨ ମଧ୍ୟରାତ୍ରରୁ ସକାଳ ୬ ଟା ପର୍ଯ୍ୟନ୍ତ ଅନଲିମିଡେଟ ଡାଟା ପ୍ରଦାନ କରାଯାଇଥାଏ । କିନ୍ତୁ ବର୍ତ୍ତମାନ ନୂତନ ଯୋଜନାରେ ଆପଣଙ୍କୁ ମଧ୍ୟରାତ୍ରି ୧୨ ଟାରୁ ଦ୍ୱିପହର ୧୨ଟା ପର୍ଯ୍ୟନ୍ତ ଅନଲିମିଡେଟ ଡାଟାର ସୁବିଧା ଦିଆଯିବ । ଅର୍ଥାତ୍ ଭି ବ୍ୟବହାରକାରୀମାନେ ବର୍ତ୍ତମାନ ରାତି ୧୨ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଯେତେ ଇଛା ଡାଟା ବ୍ୟବହାର କରିପାରିବେ ।

ଭୋଡାଫୋନ୍ ଆଇଡିଆ ଦ୍ୱାରା ଦିଆଯାଉଥିବା ୧୨ ଘଣ୍ଟା ଅସୀମିତ ଡାଟା ଅଫର୍ ପାଇଁ କୌଣସି ପୃଥକ ଯୋଜନା ନାହିଁ । ଏହି ଅଫର ସେହି ଯୋଜନାଗୁଡିକରେ ସ୍ୱୟଂଚାଳିତ ଭାବରେ ଲାଗୁ ହେବ ଯାହା ପ୍ରତିଦିନ ୨ଜିବି କିମ୍ବା ଅଧିକ ଡାଟା ପ୍ରଦାନ କରିଥାଏ । ତେବେ ୨ଜିବି କିମ୍ବା ଅଧିକ ଡାଟା ସହିତ ପ୍ଲାନଗୁଡ଼ିକର ମୂଲ୍ୟ ୩୬୫ ରୁ ଆରମ୍ଭ ହେଉଛି ।