ପ୍ଲେନ୍ ଭିତରେ S*X……, ଭିଡିଓ ଭାଇରାଲ କରିଦେଲେ ପାଇଲଟ, ସମାଲୋଚନା ପରେ ତଦନ୍ତ କରିବ କହିଲା କମ୍ପାନୀ

ନୂଆଦିଲ୍ଲୀ: କପୁଲ ଫ୍ଲାଇଟ୍ ଭିତରେ ସେକ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି । ସୁଇସ୍ ଏୟାର ପ୍ୟାସେଞ୍ଜରରେ ଏ ଭିଡିଓ ହୋଇଥିବା ଜଣାପଡ଼ିଛି । କକପିଟ୍ ସିକ୍ୟୁରିଟି କ୍ୟାମେରାରେ ଏ ଭିଡିଓ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । କପୁଲ ଦୁଇଜଣ ପ୍ଲେନ୍ର ଗାଲିରେ ସେକ୍ସ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଏହି ଦୁଇ ଯାତ୍ରୀ କମର୍ସି÷ଆଲ ଫ୍ଲାଇଟରେ ଯାତ୍ରା କରୁଥିଲେ ।

୧୨ ଘଣ୍ଟିଆ ଫ୍ଲାଇଟ୍ ବ୍ୟାଙ୍କକ୍ରୁ ଜୁରିଚ୍ ଅଭିମୁଖେ ଯାତ୍ରା କରୁଥିଲା । ସୁଇସ୍ ଫ୍ଲାଇଟ ପାଇଲଟ ଲୁଚିକରି ଦୁହିଁଙ୍କ ଭିଡିଓ ଉତ୍ତୋଳନ କରିଥିବା ଏବେ ଜଣାପଡ଼ିଛି । ପାଇଲଟ ଜଣକ ଭିଡିଓକୁ ତାଙ୍କ ଗ୍ରୁପ୍ରେ ଶେୟାର କରିଥିଲେ । ଯାହାପରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫ୍ଲାଇଟ୍ ଭିତରେ ସେକ୍ସ ଆଉ ଆଉ ଭିଡିଓ କରି ତାକୁ ସୋସିଆଲ ମିଡିଆରେ ଭାଇରାଲ କଲାପରେ ସୁଇସ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଭିଡିଓଟି ଗତ ନଭେମ୍ବରର । କପୁଲଙ୍କ ବିନା ପରାମର୍ଶରେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ତିଆରି କରିବା ଏବଂ ତାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପଛରେ ଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବ ବୋଲି ବିମାନ ଉଡ଼ାଣ କମ୍ପାନୀ ପକ୍ଷରୁ କୁହାଯାଇଛି ।