Jio vs Airtel vs BSNL; ରିଚାର୍ଜ ପ୍ଲାନ ପାଇଁ ଦ୍ୱନ୍ଦ୍ୱରେ ୟୁଜର: ୨୮ ଦିନିଆ ପ୍ଲାନରେ କିଏ ସବୁଠୁ ଭଲ?

ଓଡ଼ିଶା ଭାସ୍କର: ବର୍ତ୍ତମାନ ବିଭିନ୍ନ ଟେଲିକମ୍ କମ୍ପାନୀ ମଧ୍ୟରେ ଚାଲିଛି ଛକାପଞ୍ଝା ଖେଳ । ସେପଟେ ମହଙ୍ଗା ରିଚାର୍ଜ ପ୍ଲାନକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ୟୁଜର । ଜିଓ, ଏୟାରଟେଲ, ଭୋଡ଼ାପୋନ୍-ଆଇଡିଆ ଏବଂ ବିଏସଏନଏଲ ମଧ୍ୟରେ କଡ଼ା ଟକ୍କର ଚାଲିଛି । କିଏ ସବୁଠୁ ଶସ୍ତା? କାହାକୁ ବାଛିବେ ୟୁଜର? ୨୮ ଦିନିଆ ଭ୍ୟାଲିଡିଟି ପ୍ଲାନ ରିଚାର୍ଜ କରିବା ପାଇଁ ୟୁଜର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । କେଉଁ ନେଟୱର୍କକୁ କରିବେ ନିଜର, ସେଥିପାଇଁ ବଢିଚାଲିଛି ଦ୍ୱନ୍ଦ୍ୱ ।

ଏୟାରଟେଲ ଦେଉଛି ୨୯୯ ଟଙ୍କାର ଭ୍ୟାଲିଡିଟି:

ଏୟାରଟେଲର ଏହି ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ପାଇପାରିବେ ଗ୍ରାହକ । ଏହି ପ୍ଲାନ ୨୮ ଦିନ ଭ୍ୟାଲିଡିଟି ସହ ଆସିଥାଏ । ଏଥିରେ ୟୁଜର ପ୍ରତ୍ୟେକ ଦିନ ପାଇଁ ୧୦୦ ଏସଏମଏସ ମଧ୍ୟ ପାଇଥାନ୍ତି । ଏୟାରଟେଲର ,ହି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ କଲିଙ୍ଗ, ଏସଟିଡି ଏବଂ ରୋମିଙ୍ଗ କଲ୍ ମଧ୍ୟ ମିଳିଥାଏ । ଏହି ପ୍ଲାନରେ ଦୈନିକ ୧୦୦ ଏସଏମଏସ ଲିମିଟ ପରେ ଲୋକାଲ ଏସଏମଏସ ପାଇଁ ୧ ଟଙ୍କା ଏବଂ ଏସଟିଡି ଏସଏମଏସ ପାଇଁ ୧.୫ ଟଙ୍କା ଚାର୍ଜ କରୁଛି କମ୍ପାନୀ । ସେହିପରି ଦୈନିକ ଡାଟା ଲିମିଟ ସରିବା ପରେ ୟୁଜରଙ୍କୁ ୬୪କେବିପିଏସ ସ୍ପିଡର ଡାଟା ପ୍ରଦାନ କରାଯାଏ । ୟୁଜର ଏହି ପ୍ଲାନରେ ୱିଙ୍କ ମ୍ୟୁଜିକ ଆପ୍ ଜରିଆରେ ଫ୍ରି କଲର ଟ୍ୟୁନ ମଧ୍ୟ ମିଳିଥାଏ । ପ୍ରତ୍ୟେକ ମାସରେ ଗୋଟିଏ କଲର ଟ୍ୟୁନ ରଖିପାରିବେ ୟୁଜର ।

ଜିଓର ୨୯୯ ଟଙ୍କା ପ୍ଲାନ:

ଏୟାରଟେଲ ଭଳି ଜିଓ ମଧ୍ୟ ୟୁଜରଙ୍କୁ ୨୯୯ ଟଙ୍କାର ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । ଏଥିରେ ୟୁଜରଙ୍କୁ ୨୮ ଦିନର ଭ୍ୟାଲିଡିଟି ମିଳିଥାଏ । ଏହାସହିତ ୟୁଜରଙ୍କୁ ଦୈନିକ ୧.୫ ଜିବି ଡାଟା ମିଳିଥାଏ । ସେହିପରି ଏହି ପ୍ଲାନରେ ୟୁଜରଙ୍କୁ ମୋଟ ୪୨ ଜିବି ଡାଟା ମିଳିପାରିବ । ଏହି ପ୍ଲାନରେ ୟୁଜର ଅନଲିମିଟେଡ କଲିଙ୍ଗ ସୁବିଦା ମଧ୍ୟ ମିଳିଥାଏ । ଏହାସହିତ ପ୍ରତ୍ୟେକ ଦିନ ୧୦୦ ଏସଏମଏସ ମଧ୍ୟ ଦେଉଛି ଟେଲିକମ୍ କମ୍ପାନୀ । ୟୁଜରଙ୍କୁ ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ ସବସ୍କ୍ରିପ୍ସନ ମଧ୍ୟ ମିଳିଥାଏ । ଏହି ପ୍ଲାନରେ ଡାଟା ଲିମିଟ ଶେଷ ହେବା ପରେ ଗ୍ରାହକଙ୍କୁ ୬୪ କେବିପିଏସ ସ୍ପିଡରେ ଇଣ୍ଟରନେଟ ଆକ୍ସେସ ମିଳିଥାଏ ।

ବିଏସଏନଏଲରେ ମିଳୁଛି ୧୮୭ ଟଙ୍କାର ପ୍ଲାନ:

ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ୟୁଜରଙ୍କୁ ୧୮୭ ଟଙ୍କାରେ ୨୮ ଦିନର ଭ୍ୟାଲିଡିଟି ସହ ପ୍ଲାନ ଦେଇଥାଏ । ଏହି ପ୍ଲାନରେ ୟୁଜରଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିଥାଏ । ଏହି ଦୈନିକ ଡାଟା ଶେଷ ହେବା ପରେ ୟୁଜର ୪୦ କେବିପିଏସ ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିପାରିବେ । ୟୁଜରଙ୍କୁ ଏହି ପ୍ଲାନରେ ଦୈନିକ ୧୦୦ ଏସଏମଏସ ମଧ୍ୟ ମିଳିଥାଏ । ଏହାବ୍ୟତୀତ ଯେକୌଣସି ନେଟୱର୍କକୁ ଅନଲିମିଟେଡ କଲିଙ୍ଗ ସୁବିଧା ମଧ୍ୟ ମିଳିପାରିବ । ଏଥିରେ ୟୁଜରଙ୍କୁ ୨୮ ଦିନ ପାଇଁ ଫ୍ରି ଟ୍ୟୁନ ମଧ୍ୟ ମିଳିଥାଏ ।