ଦୁଃଖ ଖବର: ପରଲୋକରେ ବିଜେପିର ପୂର୍ବତନ ସାଂସଦ ପ୍ରଜ୍ଞା ଠାକୁରଙ୍କ ମାଆ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖଦ ଖବର । ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ମାତୃ ବିୟୋଗ ଘଟିଛି । ଏହି ଖବର ପାଇବା ପାଇବା ପରେ ବିଜେପି ଓ ସଂଘର ଅନେକ କାର୍ଯ୍ୟକର୍ତ୍ତା ପୂର୍ବତନ ସାଂସଦଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପ୍ରଜ୍ଞା ଠାକୁରଙ୍କ ମାଆ ସରଲା ସିଂହ ଆଜି ସକାଳୁ ୮୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ଗତ କିଛି ଦିନ ହେଲା ବୀମାର ରହିଥିଲେ । ତେଣୁ ଭୋପାଳ ଠାରେ ତାଙ୍କର ଚିକିତ୍ସା ଚାଲୁଥିଲା । ମାଆଙ୍କୁ ହରାଇ ପ୍ରଜ୍ଞା ଠାକୁର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ସାରଳା ଦେବୀଙ୍କ ବିୟୋଗ ଖବର ଶୁଣିବା ପରେ ତାଙ୍କର ଅନ୍ତିମ ଦର୍ଶନ କରିବା ପାଇଁ ବନ୍ଧୁ, ପରିଜନ ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା । ବିଜେପିର ବହୁ ବରିଷ୍ଠ ନେତା ଓ ସଂଘର କାର୍ଯ୍ୟକର୍ତ୍ତାମାନେ ପ୍ରଜ୍ଞାନ ଠାକୁରଙ୍କ ଭୋପାଳ ସ୍ଥିତ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲୋ । ପ୍ରଜ୍ଞା ଠାକୁରଙ୍କ ପରିବାର ଭିଣ୍ଡ ଜିଲ୍ଲାର ଲହାରର ମୂଳ ବାସିନ୍ଦା ଅଟନ୍ତି । ତାଙ୍କର ପିତା ଚନ୍ଦ୍ରପାଲ ସିଂହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଦୀର୍ଘ ସମୟ ଧରି ଜଡ଼ିତ ରହିଥିଲେ । ପିତା ସଂଘରେ ରହିବା କାରଣରୁ ପ୍ରଜ୍ଞାନ ଆରଏସଏସରେ ସାମିଲ ହୋଇଥିଲେ । ପାଖାପାଖି ୧୨ ବର୍ଷ ତଳେ ପିତାଙ୍କର ଦେହାନ୍ତ ହୋଇଥିଲା । ଭୋପାଳରେ ମା’ଙ୍କ ସହ ପ୍ରଜ୍ଞା ରହୁଥିଲେ ।