Loan ବଢ଼ୁଥିଲେ ମଙ୍ଗଳବାର କରନ୍ତୁ ଏହି ପ୍ରତିକାର, ଋଣରୁ ମୁକ୍ତିଦେବେ ପ୍ରଭୁ ହନୁମାନ

ଓଡ଼ିଶା ଭାସ୍କର: ସପ୍ତାହର ମଙ୍ଗଳବାର ରାମଭକ୍ତ ପ୍ରଭୁ ଶ୍ରୀହନୁମାନଙ୍କୁ ସମର୍ପିତ । ଏହି ଦିନ ବଜରଙ୍ଗବଳୀଙ୍କୁ ପୂଜା କରି ବ୍ରତ ରଖିଥିବା ଶ୍ରଦ୍ଧାଳୁଙ୍କ ପ୍ରତ୍ୟେକ ମନସ୍କାମନା ପୂରଣ ହୋଇଥାଏ। ମଙ୍ଗଳବାର ଦିନ ହନୁମାନ ଚାଳିସା ପାଠ କରିବା ମଧ୍ୟ ଅତ୍ୟନ୍ତ ଶୁଭ ଓ ଫଳପ୍ରଦ ହୋଇଥାଏ। ଏଭଳି ସ୍ଥିତିରେ ମଙ୍ଗଳବାର ହନୁମାନ ଚାଳିସା ପାଠ କରିବାକୁ ଭୁଲନ୍ତୁ ନାହିଁ। ଏହାବ୍ୟତୀତ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ବଜରଙ୍ଗବଳୀ ଦର୍ଶନ କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ।

ଏହି ସବୁ ଉପାୟ ଅବଲମ୍ବନ କଲେ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ଯଦି ଆପଣ କିଛି ଦିନ ମଧ୍ୟରେ ନିଜକୁ ଆର୍ଥିକ ସମସ୍ୟାରେ ଘେରି ରହିଥିବା ରଖନ୍ତି ଏବଂ ବର୍ତ୍ତମାନ ଯଥାଶୀଘ୍ର ଏହି ପରିସ୍ଥିତିରୁ ମୁକୁଳିବାକୁ ଚାହୁଁଛନ୍ତି, ତେବେ ନିଜର ଆର୍ଥିକ ସ୍ଥିତିସୁଧାରିବା ପାଇଁ ଆପଣ ମଙ୍ଗଳବାର ହନୁମାନଜୀଙ୍କ ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ । ମନ୍ତ୍ର ହେଉଛି- ‘ଓଁ ହଂ ହନୁମାତେ ନମଃ’। ଏହା ସହିତ ହନୁମାନଙ୍କ ମନ୍ଦିରକୁ ଯାଇ ଦୀପ ଜଳାନ୍ତୁ। ଯଦି ଆପଣ ଘରୁ ମନ୍ଦିର କୁ ଯାଇ ପାରିବେ ନାହିଁ ତେବେ ଘରେ ହନୁମାନଙ୍କ ଫଟୋ ସାମ୍ନାରେ ସେହି ଦୀପ ଜଳାନ୍ତୁ ।

ଭଗବାନଙ୍କ ସମ୍ମୁଖରେ ଦୀପ ଜାଳିବା ସମୟରେ ହନୁମାନ ଚାଳିସା ପାଠ କରନ୍ତୁ। ଯଦି ଆପଣ ଋଣ ବୋଝରେ ଅଛନ୍ତି ଏବଂ ଆପଣ ଋଣ ପରିଶୋଧ କରିପାରୁନାହାଁନ୍ତି, ତେବେ ମଙ୍ଗଳବାର ଦିନ ଗାଧୋଇବା ପରେ ଧୁଆ ପୋଷାକ ପିନ୍ଧି ଘରର ଉପଯୁକ୍ତ ସ୍ଥାନରେ ଏକ ଆସନ ବିଛାଇ ଦକ୍ଷିଣ ଦିଗକୁ ମୁହଁ କରି ବସିଯାଆନ୍ତୁ। ପୀଠରେ ବସି ଶ୍ରୀ ହନୁମାନଙ୍କ ଧ୍ୟାନ କରିବା ସମୟରେ ଋଣମୋଚକ ମଙ୍ଗଳ ସ୍ତୋତ୍ର ପାଠ କରନ୍ତୁ। ଏହାବ୍ୟତୀତ ଯଦି ଆପଣ ମଙ୍ଗଳବାର ଋଣଦାତାଙ୍କୁ ନିଜର ଋଣର କିସ୍ତି କିମ୍ବା ଏକ ଟଙ୍କା ପରିଶୋଧ କରନ୍ତି, ତେବେ ଆପଣଙ୍କର ବାକି ଋଣ ମଧ୍ୟ ଶୀଘ୍ର ପରିଶୋଧ ହୋଇଯିବ ।