ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନା ଅବଲମ୍ବନ କରୁଛନ୍ତି। ସେଥିପାଇଁ ଜଳଖିଆରେ ହେଲଦୀ ଜିନିଷ ଖାଇବାକୁ ଚାହୁଁଛନ୍ତି। ଯେଉଁଥିରେ ଫିଟନେସ ଜାରି ରହିବା ସହ ଓଜନ ମଧ୍ୟ କଣ୍ଟ୍ରୋଲ ରହିଥାଏ। ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଜଳଖିଆରେ ସ୍ପ୍ରାଉଟ୍ସ ଅବଶ୍ୟ ଖାଆନ୍ତୁ। ସ୍ପ୍ରାଉଟ୍ସ ଆପଣଙ୍କୁ ବହୁ ସମୟ ପର୍ଯ୍ୟନ୍ତ ପେଟକୁ ଫୁଲ ରଖିବ ଏବଂ ଓଜନ ମଧ୍ୟ କମ ରହିବ। ସ୍ପ୍ରାଉଟ୍ସକୁ ଆପଣ ପେଟଭରି ଖାଇପାରିବେ, ଏହାପରେ ବି ଆପଣଙ୍କ ମୋଟାପଣ କମ ରହିବ।
ଏହି ଖାସ ସ୍ପ୍ରାଉଟ୍ସକୁ ତିଆରି କରିବା ବହୁତ ସହଜ ଅଟେ। ଆପଣ ମୁଗଡାଲି, କଳା ବା ସଫା ଚଣା ଏବଂ ବାଦାମକୁ ମିଶାଇ ସ୍ପ୍ରାଉଟ୍ସ ବନାଇପାରିବେ। ଆପଣ ରାତିରେ ଏହାକୁ ଭିଜାଇ ଦିଅନ୍ତୁ ଏବଂ ସକାଳୁ ଅଳ୍ପ ସିଝାଇ ମନ ପସନ୍ଦୀୟ ପରିବା ମିଶାଇ ଖାଇପାରିବେ। ସ୍ପ୍ରାଉଟ୍ସକୁ ଟେଷ୍ଟି କରିବା ପାଇଁ ଆପଣ ଏଥିରେ କଟା ପିଆଜ, ଟମାଟୋ, କଞ୍ଚା ଲଙ୍କା, ଧନିଆ ପତ୍ର ଏବଂ କିଛି ଫଳକୁ ମଧ୍ୟ ମିଶାଇ ଖାଇପାରିବେ। ସ୍ପ୍ରାଉଟ୍ସକୁ ଚଟପଟା ବନାଇବା ଲାଗି ଆପଣ ଏଥିରେ ଚାଟ୍ ମସଲା ଏବଂ ଲେମ୍ବୁ ରସ ମିଶାଇପାରିବେ। ଏହି ଜଳଖିଆକୁ ମାସ ସାରା ଖାଇବା ପରେ ଆପଣଙ୍କ ଓଜନ କମିଯିବ।
ମୁଗଡାଲି, ଚଣା ଏବଂ ବାଦାମ ପ୍ରୋଟିନର ଭଣ୍ଡାର। ଏହି ତିନୋଟି ଜିନିଷ ମିଶାଇ ପ୍ରସ୍ତୁତ କରାଯାଇଥିବା ସ୍ପ୍ରାଉଟ୍ସ ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିବ। ବିନା ତେଲ ଏବଂ କ୍ୟାଲୋରୀର ଏହି ଫୁଡକୁ ଖାଇବାରେ ଖୁବ ଜୋରରେ ଓଜନ କମିଥାଏ। ଚଣା ଏବଂ ମୁଗଡାଲି ଶରୀରକୁ ଆବଶ୍ୟକୀୟ ଭିଟାମିନ ଦେଇଥାଏ, ସେହିପରି ଭିଟାମିନ ‘ଇ’ରେ ଭରପୁର ଚିନାବାଦାମ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।