ଆତ୍ମସୁରକ୍ଷା ପାଇଁ ମହିଳାଙ୍କର କଠୋର ପଦକ୍ଷେପ, ଯୁବକଙ୍କର ଗୁପ୍ତାଙ୍ଗକୁ ଖଣ୍ଡଖଣ୍ଡ କରି କାଟିଦେଲେ

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏକ ତରଫା ପ୍ରେମ ଯୁବକଙ୍କୁ ମହଙ୍ଗା ପଡିଛି । ପୋଡଶୀ ଯୁବକ ଝଣକ ମହିଳାଙ୍କ ସହିତ ଜବରଦସ୍ତି କରିବା କାରଣରୁ ପ୍ରାଇଭେଟ ପାର୍ଟକୁ ଖଣ୍ଡଖଣ୍ଡ କରିଦେଇଛନ୍ତି ମହିଳା । ଦୁର୍ବୃତ୍ତଜଣତ ଘରେ ପଶି ଜୋରଜବରଦସ୍ତ କରିବା ପରେ ମହିଳାଜଣକ ଉତ୍ତ୍ୟକ୍ତ ହୋଇ ତାଙ୍କ ପ୍ରାଇଭେଟ୍ ପାର୍ଟ କାଟି ଦେଇଥିବା ଜଣାପଡିଛି । ତେବେ ଯୁବତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ଏହି ଘଟଣା ବାନ୍ଦା ଜିଲ୍ଲାର ଏକ ଗ୍ରାମର ଅଟେ । ମହିଳାଜଣକ ତାଙ୍କ ଘରେ ଏକୁଟିଆ ରହିଥିଲେ । ଏହାର ଫାଇଦା ଉଠାଇ ଯୁବକଜଣକ ତାଙ୍କ ଘରେ ପ୍ରବେଶ କରି ମହିଳାଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ଏହାପରେ ଜୋରଜବରଦସ୍ତ କରିବା କାରଣରୁ ସେ ନିଜ ଇଜ୍ଜତ ରକ୍ଷା କରିବା ପାଇଁ ତାଙ୍କ ପ୍ରାଇଭେଟ ପାର୍ଟକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଏହାପରେ ଯୁବକଜଣକ ଦୌଡି ବାହାରକୁ ଚାଲିଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବୃଦ୍ଧି ପାଇଛି । ଉକ୍ତ ଯୁବକଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।