Online Shopping: ୨୫୦ ଟ୍ରାଞ୍ଜାକ୍ସନ ପାଇଁ ଦେବାକୁ ହେବ ୟୁଜର ଚାର୍ଜ

ନୂଆଦିଲ୍ଲୀ- ଦେଶରେ ଇକର୍ମସ କମ୍ପନୀ ଆମାଜନ ଓ ଫ୍ଲିପକାର୍ଡର ବଢିଚାଲିଥିବା ଦବଦବାକୁ ଦେଖି ଭାରତ ସରକାର ଓପନ ନେଟୱାର୍କ ଡିଜିଟାଲ କମର୍ସ ବା ଓଏନଡିସି ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛି । ଏଥିରେ ବିକ୍ରିତା ନିଜ ସାମଗ୍ରୀ ସିଧା ଗ୍ରାହକଙ୍କୁ ବିକ୍ରି କରିପାରିବେ । ଏହି ପ୍ଲାଟଫର୍ମ ମାଧ୍ୟମରେ ଛୋଟ ସହର ଓ ଗ୍ରାମିଣ ବିକ୍ରେତା ଆର୍ଥିକ ଭାବେ ସଶକ୍ତ ହେବେ । କିନ୍ତୁ ଗ୍ରାହକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି ଏହି ସେବା ।

ଏହି ପ୍ଲାଟଫର୍ମରେ ୨୫୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନରେ ୧.୨୦ ଟଙ୍କା ଯାଏଁ ଦେୟ ପଇଠ କରିବାକୁ ପଡିପାରେ । ଏଥିରେ ଜମା ହୋଇଥିବା ରାଜସ୍ୱର ବ୍ୟବହାର ଉଦ୍ୟୋଗ କ୍ଷେତ୍ରରେ ନୂଆ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ।

ଭାରତ ସରକାରଙ୍କ ଏହି ଓଏନଡିସି ଅକ୍ଟୋବର ଅର୍ଥାତ୍ ଫେଷ୍ଟିଭ ସିଜନରେ ୧୪ ଲକ୍ଷର ନେଣଦେଣ ଦାୟର କରିଛି, ଯେତେବେଳେ କି ଚଳିତ ମାସର ପ୍ରଥମ ସେପ୍ଟେମ୍ବରକୁ ୧୨.୯ ଲକ୍ଷ ଟ୍ରାଞ୍ଜାକଶନ ହୋଇଛି । ଚଳିତ ମାସ ମଧ୍ୟରେ ୭.୬ ପ୍ରତିଶତର ଅଭିବୃଦ୍ଧି ରେକର୍ଡ କରାଯାଇଛି । ଅନଲାଇନ କିଣାବିକା ପାଇଁ ଏହି ସରକାରୀ ପ୍ଲାଟଫର୍ମରେ ଏବେ ପ୍ରତିଦିନ ୫ ଲକ୍ଷ ଯାଏଁ ବିକ୍ରି ହେଉଛି । ଏଥିରେ ଖାଦ୍ୟ, ପାନୀୟରେ ୯୦ ହଜାର, ବ୍ୟୁଟି ପ୍ରଡକ୍ଟରେ ୧୦ ହଜାର, ଫ୍ୟାଶନରେ ୪୦ ହଜାର ଓ କିଚନ ସେଗମେଣ୍ଟରେ ୨୦-୩୦ ହଜାରର ବ୍ୟବସାୟ ହେଉଛି ।

ଓଏନଡିସିରେ ବିକ୍ରେତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ୧୬୦ରୁ ଅଧିକ ହୋଇସାରିଛି । ଏଥିରେ ପେଟିଏମ, ସ୍ନାପଡିଲ, ମୋର, ପିନକୋଡ, ମ୍ୟାଜିକ ପିନ ପରି ରିଟେଲ ରହିଛି । ଓଏନଡିସିରେ କିଣାକିଣି କରିବାକୁ ଏବେ ୭୦ରୁ ଅଧିକ ଆପ ରହିଛି , ଯେଉଁଥିରେ ୪୦ ଆପର ପ୍ରଦର୍ଶନ ଭଲ ରହିଛି ।