ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ ଯୁବକ । ବାହାଘର ହୋଇଥିବା ବେଳେ ଛୁଆଟିଏ ମଧ୍ୟ ରହିଛି । ଭାବିଥିଲେ ସବୁ ଖୁସିରେ ରହିବେ ହେଲେ ଏଭଳି ନିର୍ଯାତନା ଦିଆଯାଗଲା ଯେ, ଜୀବନ ହାରିଲେ ଏଆଇ ଇଂଜିନିୟର । ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି ଏଭଳି ହୃଦୟ ବିଦାରଣ ଘଟଣା । ପତ୍ନୀ ଏବଂ ଶାଶୁଙ୍କର ଅକଥନୀୟ ନିର୍ଯାତନା ସହିନପାରି ଝୁଲିପଡିଲେ ଏଆଇ ଇଂଜିନିୟର । ତେବେ ଆତ୍ମହତ୍ୟା ପୂର୍ବରୁ ସେ 24 ପୃଷ୍ଠାର ଡେଥନୋଟ୍ ସହିତ 1 ଘଣ୍ଟା 20 ମିନିଟର ଏକ ଭିଡିଓ ସେୟାର କରିଛନ୍ତି । ଏହି ଘଟଣା ଇଞ୍ଜିନିୟରଙ୍କ ଭିତରେ ଆଲୋଡନ ସୃଷ୍ଟି କରିଛି । ମୃତ ଯୁବ ଇଞ୍ଜିନିୟରଙ୍କ ନାମ ଅତୁଲ ସୁଭାଷ ବୋଲି ଜଣାପଡିଥିବା ବେଳେ ତାଙ୍କ ବୟସ 34 ବର୍ଷ । ଘର ଉତ୍ତରପ୍ରଦେଶ ଜୌନରପୁର ହୋଇଥିବା ବେଳେ ବେଙ୍ଗାଲୁରୁରେ ଏଆଇ ଇଜିଂନିୟର ଭାବେ କାର୍ଯ୍ୟ କରୁଥିଲେ ।
ସୁଭାଷଙ୍କର ମୃତଦେହକୁ ବେଙ୍ଗାଲୁରୁର ଏକ ଫ୍ଲାଟରୁ ଉଦ୍ଧାର କରାଯାଇଛି । ତେବେ ତାଙଅକୁ ଆତ୍ମହତ୍ୟା କରିବା ପାଇଁ ପତ୍ନୀ ଏବଂ ଶାଶୁ ପ୍ରବର୍ତ୍ତାଉଥିବା ସୁଭାଷଙ୍କ ପରିବାର ଲୋକେ କହିଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ସେ ଭିଡିଓ ମେସେଜରେ କହିଛନ୍ତି, ବିବିହାର ଦୁଇ ବର୍ଷ ଏକାଠି ରହିଥିଲୁ । ଏହାପରେ ସ୍ତ୍ରୀ ଛୁଆକୁ ନେଇ ଛାଡି ପଳାଇଥିଲେ । ସବୁବେଳେ ଭରଣ ପୋଷଣ ପାଇଁ ଟଙ୍କା ନେଇଥିଲେ । କିନ୍ତୁ କିଛି ଦିନ ପରେ ଛୁଆକୁ ପାଠ ପଢାଇବା ପାଇଁ 2 ଲକ୍ଷ ଟଙ୍କା ଦାବି କରିଥିଲେ । ଏହାପରେ ମାମଲା କୋର୍ଟକୁ ଯାଇଥିଲେ ହେଁ ସେଠାରୁ ମଧ୍ୟ ପ୍ରତାରଣା ମିଳିଥିଲା । ପତ୍ନୀ ମିଛରେ ଯୌତୁକ ନିର୍ଯାତନା ଆଣିଥିଲେ । ଏଭଳି ଅନେକ ମିଥ୍ୟା ମାମଲା ରୁଜୁ କରି 3 କୋଟି ଟଙ୍କା ମାଗିଥିଲେ । ସେ କହିଛନ୍ତି ଜୌନପୁର ଫ୍ୟାମିଲି କୋର୍ଟ ଜଜ୍ ମଧ୍ୟ ଏଥିରେ ସମ୍ପୃକ୍ତ ରହିଥିଲେ । ସେ ଲେଖିଥିବା 24 ପୃଷ୍ଠାର ନୋଟରେ ନିଜକୁ ନିର୍ଦ୍ଦୋଶ ବୋଲି ଦାବି କରିଛନ୍ତି । ତାଙ୍କ ପରିବାର ଲୋକଙ୍କୁ ହଇରାଣ ନକରିବା ପାଇଁ ସେ ଅନୁରୋଧ କରିବା ସହିତ ମୋତେ ନ୍ୟାୟ ମିଳିବା ଉଚିତ ବୋଲି ସେ ଲେଖିଛନ୍ତି ।